banner
Breaking
Yearly Archives

2023

ବଜେଟ ଅଧିବେଶନ ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ସୁରକ୍ଷାର…
Read More...

ଭୁବନେଶ୍ବରରୁ଼ ଜବତ ହେଲା ହାତୀ ଦାନ୍ତ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍‌ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଧରିଛି। ସେମାନଙ୍କଠୁ ପ୍ରାୟ ୩ କେଜି ଓଜନର ଏକ ହାତୀ ଦାନ୍ତ ଜବତ କରାଯାଇଛି।…
Read More...

ଜାଲରେ ପଡିଲା ୨୦୦ କେଜିର ବିରଳ ସାର୍କ

ବାଲେଶ୍ଵର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ବିଶାଳକାୟ ସାର୍କକୁ ରବିବାର ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ବିକ୍ରି କରିବାକୁ ଆଣିଥିଲେ। ସେଠାରେ…
Read More...

ସୋମବାର ଠାରୁ ଆଦିବାସୀ ମେଳା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଓର୍‌ମାସ୍‌, ଦି ଇଣ୍ଟେଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି ଓ ଆଦିବାସୀ ଉନ୍ନୟନ ସମନ୍ବୟ ନିଗମ ପକ୍ଷରୁ ୧୦ଦିନ ଧରି…
Read More...

ପଥରଗାଡିଆ ମୌଜା ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ଦାବି

ଭୁବନେଶ୍ୱର - ପଥରଗାଡିଆ ମୌଜା ସ୍ଥିତ ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ପଥର ଗାଡିଆ ଶିଖରଚଣ୍ଡୀ ବିହାର ଉନ୍ନୟନ ପରିଷଦ। ଆଜି ପଥର ଗାଡିଆ ଶିଖରଚଣ୍ଡୀ ଉନ୍ନୟନ ପରିଷଦ ପକ୍ଷରୁ ଶିଖରଚଣ୍ଡୀ…
Read More...

ମାର୍ଚ୍ଚ ୧୨ ଜେଇଇ ମେନ ଆବେଦନ ଶେଷ ତାଊ

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ର ଦ୍ୱିତୀୟ ସେସନ ବା ସେସନ-୨ ଏପ୍ରିଲ ୬ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ସମେତ ଦେଶ ବାହାରର ୧୭ ସହରରେ ପରୀକ୍ଷା କେନ୍ଦ୍ର ରହିବ। ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୨ରେ ଏହି…
Read More...

ପ୍ରତିଶୃତି ରକ୍ଷା ପାଇଁ ପଦ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ୩ଟି ସ୍ଥାନରେ ସଭା କରି ଏଭଳି ଘୋଷଣା କରିଛନ୍ତି।…
Read More...

ପାକିସ୍ଥାନୀ ଡ୍ରୋନକୁ ଖସାଇ ଦେଲେ ବିଏସଏଫ ଯବାନ

ଅମୃତସର : ପାକିସ୍ତାନରୁ ପଞ୍ଜାବକୁ ଡ୍ରଗ୍ସ ଚୋରା ଚାଲାଣ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ପଞ୍ଜାବର ଯୁବକଙ୍କୁ ବିଗାଡିବା ପାଇଁ ପାକିସ୍ତାନରୁ ଗୁପ୍ତରେ ଡ୍ରଗ୍ସ ଏବଂ ଅସ୍ତ୍ର ଆସୁଛି। ତେବେ ସୀମାନ୍ତରେ ପୋଷ୍ଟ ହୋଇଥିବା ଭାରତୀୟ ସୈନିକମାନେ ଏହି ଷଡଯନ୍ତ୍ରକୁ ରୋକିବାରେ ସଫଳ…
Read More...

କ୍ରିକେଟର ସବୁ ଫର୍ମାଟରେ ଭାରତ ନମ୍ବର ଓ୍ବାନ୍

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର ସମସ୍ତ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହୋଇଛି।…
Read More...

ତିନି ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

ଭୁବନେଶ୍ୱର: ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଛନ୍ତି। ଆଜି ମହାଦୀପ ଉଠିବା ବେଳେ ଭକ୍ତଙ୍କ ହୁଳହୁଳି ଏବଂ ହର ହର ମହାଦେବ ଧ୍ୱନରି ପ୍ରକମ୍ପିତ ହୋଇ ଉଠିଥିଲା ଗଗନ-ପବନ।…
Read More...