banner
Breaking

ସୋମବାର ଠାରୁ ଆଦିବାସୀ ମେଳା

0

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଓର୍‌ମାସ୍‌, ଦି ଇଣ୍ଟେଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି ଓ ଆଦିବାସୀ ଉନ୍ନୟନ ସମନ୍ବୟ ନିଗମ ପକ୍ଷରୁ ୧୦ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୦୦ଟି ଷ୍ଟଲ ପଡ଼ିବ। ସେଥିରୁ ୮୦ଟି ଷ୍ଟଲ୍‌ରେ ଆଦିବାସୀଙ୍କ ସାମଗ୍ରୀ ପ୍ରଦର୍ଶିତ ହେବ। ଏହାବାଦ୍‌ ଆଦିବାସୀ ଗାଁ, ଘର ସହ କଳା ଓ ସଂସ୍କୃତି ଆକର୍ଷଣ ସାଜିବ। ରାଜ୍ୟ ତଥା ବାହା ରାଜ୍ୟରୁ ଆଦିବାସୀ କଳାକାର ଯୋଗଦେବେ। ଜଙ୍ଗଲ ଓ କୃଷିଜାତ ଦ୍ରବ୍ୟ ସହ ଆଦିବାସୀଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଦେଖିବାକୁ ମିଳିବ। ଏହା ପ୍ରତିଦିନ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହୋଇ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ।

Khansweb Solution Bhubaneswar

Leave A Reply

Your email address will not be published.