ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ଅତିଥି ଚୟନ, ଚତୁର୍ଥ ପ୍ରହରୀ ନାମ ଯଜ୍ଞ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ସମ୍ପର୍କରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଏହି ବୈଠକରେ ଯୁବନେତା ମନୋଜ କୁମାର ସାହୁ, ସୁରକ୍ଷାର ସଭାପତି ବନ୍ଦନା ପଣ୍ଡା,ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ସମ୍ପାଦକ କେଶବ ରଣା, ନିଦ୍ଦେର୍ଶିକା ମିଲି ରଣା, ଭିକାରୀ ନାୟକ, ଅମ୍ବିକା ପରିଡ଼ା, ତରୁଣ ସେନାପତି, ଲୋକନାଥ ଦାଶ, ପଦ୍ମଲୋଚନ ସାହୁ, ରାଜେନ୍ଦ୍ର ମଲ୍ଲିକ, ରୁନୁବାଳା ପ୍ରଧାନ, ସନ୍ଧ୍ୟାରାଣୀ ପଟ୍ଟନାୟକ, ମିତାଞ୍ଜଳି ବେହେରା , ମମତା ସାହୁ, ବିଦ୍ୟୁତ ପ୍ରଭା ବେହେରା,ଲକ୍ଷ୍ମୀଧର ଭଦ୍ର, ସାମ୍ବାଦିକ ସୁକାନ୍ତ କୁମାର ରାଉତ ପ୍ରମୁଖ ଯୋଗଦାନ କରିଥିଲେ ।




