ଭୁବନେଶ୍ୱର: ଆଂଟିିବାୟୋଟିକ୍ର ଅନାବଶ୍ୟକ ଓ ଅଧିକ ବ୍ୟବହାର ଏବେ ବିଶ୍ୱ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି । ଏହା ଫଳରେ ଜୀବାଣୁମାନେ ଔଷଧକୁ ପ୍ରତିରୋଧ କରିବାର କ୍ଷମତା ହାସଲ କରୁଛନ୍ତି । ଫଳରେ ଅନେକ ସଂକ୍ରମଣର ଚିକିତ୍ସା କରିବା କଷ୍ଟକର ହୋଇପଡୁଛି । ଏହି ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆଇଟିସିର ସାଭଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ପକ୍ଷରୁ ‘ୱି ଲଭ୍ ଆଂଟିବାୟୈା÷ଟିକ୍ସ’ ଅଭିଯାନ ଆରମ୍ଭ କରାଯାଇଛି । ନଭେମ୍ବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ବିଶ୍ୱ ଆଂଟିମାଇକ୍ରୋବିଆଲ୍ ପ୍ରତିରୋଧ ସଚେତନତା ସପ୍ତାହ ପୂର୍ବରୁ ଏହି ଅଭିଯାନ ଆରମ୍ଭ ହୋଇଛି ।
ଆଂଟିବାୟୋଟିକ୍ ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଏହାର ବ୍ୟବହାର ଓ ଆବଶ୍ୟକତାଠାରୁ ଅଧିକ ସେବନ ଦ୍ୱାରା ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ (ଏଏମ୍ଆର) ବା ଜୀବାଣୁଙ୍କ ଔଷଧ ପ୍ରତିରୋଧକ କ୍ଷମତା ବଢ଼ୁଛି । ଏହାର ମୁକାବିଲା ପାଇଁ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଥମଟି ହେଉଛି ଆଂଟିବାୟୋଟିକ୍ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଦ୍ୱିତୀୟଟି ହେଉଛି ସଂକ୍ରମଣକୁ ରୋକିବା ପାଇଁ ସଫାସୁତରା ରହିବା ଓ ନିୟମିତ ହାତ ଧୋଇବା । ବିଭିନ୍ନ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛଂଟିବାୟୋଟିକ୍ର ଉପଯୁକ୍ତ ବ୍ୟବହାର ସହ ହାତ ସଫା ରଖିବା ଦ୍ୱାରା ଔଷଧ ପ୍ରତିରୋଧକ ଜୀବାଣୁଙ୍କ ସଂକ୍ରମଣ ହ୍ରାସ କରାଯାଇପାରିବ ।
ସାବୁନ କିମ୍ବା ହ୍ୟାଣ୍ଡୱାସ୍ରେ ନିୟମିତ ହାତ ଧୋଇବା ଏକ ସରଳ ଅଭ୍ୟାସ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ବହୁତ ବଡ଼ । ଏହା ହାତରେ ଥିବା ଜୀବାଣୁକୁ ଦୂର କରି ସଂକ୍ରମଣ ହେବାର ଆଶଙ୍କା କମାଏ । ଫଳରେ ଆଂଟିବାୟୋଟିକ୍ର ଆବଶ୍ୟକତା ମଧ୍ୟ ହ୍ରାସ ପାଇପାରେ । ଏହାକୁ ହାତ ଧୋଇବାର ‘ବଟରଫ୍ଲାଏ ଇଫେକ୍ଟ’ ବା ଛୋଟ ଅଭ୍ୟାସର ବଡ଼ ପ୍ରଭାବ ବୋଲି କୁହାଯାଇଛି । ଓଗିଲଭି ଇଣ୍ଡିଆର ଧାରଣା ଓ ପରିକଳ୍ପନାରେ ପ୍ରସ୍ତୁତ ଏହି ଅଭିଯାନ ମାଧ୍ୟମରେ ସାଭଲନ୍ ସାଧାରଣ ଲୋକଙ୍କ ମଧ୍ୟରେ ହାତ ଧୋଇବା ଓ ଆଂଟିବାୟୋଟିକ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା ବଢ଼ାଇବାକୁ ଲକ୍ଷ୍ୟ ରଖିଛି ।
ଏହି ଅଭିଯାନ ସମ୍ପର୍କରେ ଆଇଟିସି ଲିମିଟେଡ୍ର ପର୍ସନାଲ୍ କେୟାର ପ୍ରଡକ୍ଟସ୍ ବ୍ୟବସାୟର ଡିଭିଜନାଲ୍ ଚିଫ୍ ଏକ୍ଜିକ୍ୟୁଟିଭ୍ ସମୀର ସତପଥୀ କହିଛନ୍ତି ଯେ, “ସାଭଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ମାଧ୍ୟମରେ ଆମେ ନିୟମିତ ହାତ ଧୋଇବା ଅଭ୍ୟାସକୁ ଲୋକଙ୍କ ଜୀବନର ଏକ ଅଂଶ କରିବା ଏବଂ ଏଥିପାଇଁ ଆବଶ୍ୟକ ଆଚରଣ ପରିବର୍ତନ ଆଣିବା ଦିଗରେ ଲଗାତାର କାମ କରିଅଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବା ଜୀବାଣୁଙ୍କ ଔଷଧ ପ୍ରତିରୋଧକ କ୍ଷମତା ଏକ ବଢ଼ୁଥିବା ଜନସ୍ୱାସ୍ଥ୍ୟ ସମସ୍ୟା । ଏହାର ମୁକାବିଲା ପାଇଁ ଅଧିକ ସଚେତନତା ଓ ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ । ଘରେ ହେଉ କିମ୍ବା ହସ୍ପିଟାଲରେ, ସଂକ୍ରମଣକୁ ରୋକିବା ଓ ଏହା ନିୟନ୍ତ୍ରଣ କରିବାରେ ହାତ ସଫା ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ । ‘ୱି ଲଭ୍ ଆଂଟିବାୟୋଟିକ୍ସ’ ଅଭିଯାନ ଆଂଟିବାୟୋଟିକ୍ର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଏକ ଆକର୍ଷଣୀୟ ଆଲୋଚନା ଆରମ୍ଭ କରି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଉଛି । ଏଏମ୍ଆର ସମସ୍ୟା କମାଇବା ପାଇଁ ଆଂଟିବାୟୋଟିକ୍ର ଠିକ୍ ବ୍ୟବହାର ସହିତ ସଂକ୍ରମଣ ରୋକିବା ପାଇଁ ହାତ ଧୋଇବା ମଧ୍ୟ ଜରୁରୀ ।”
ଓଗିଲଭି ଇଣ୍ଡିଆର ମୁଖ୍ୟ କ୍ରିଏଟିଭ୍ ଅଫିସର ହର୍ଷଦ ରାଜାଧ୍ୟକ୍ଷ ଓ କୈନାଜ୍ କରମାକର କହିଛନ୍ତି ଯେ, “ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସାଭଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ହାତ ଧୋଇବାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ କାମ କରିଆସୁଛି । ଏହି ଅଭ୍ୟାସ ଗ୍ରହଣ କରିବାରେ ଲୋକଙ୍କ ସାମ୍ନାରେ ଥିବା ବାଧାଗୁଡ଼ିକୁ ଦୂର କରିବା ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇଛୁ । ଚଳିତ ବର୍ଷ ଆମର ଗବେଷଣାରୁ ଏକ ଆକର୍ଷଣୀୟ ବିରୋଧାଭାସ ସାମ୍ନାକୁ ଆସିଛି । ଆମେ ଆଂଟିବାୟୋଟିକ୍ ଖାଇବା ପାଇଁ ତୁରନ୍ତ ଆଗ୍ରହ ଦେଖାଉଛୁ, କିନ୍ତୁ ସଂକ୍ରମଣ ରୋକିବାର ସବୁଠାରୁ ସରଳ ଉପାୟ ହାତ ଧୋଇବାକୁ ଅଣଦେଖା କରୁଛୁ । ଏହି ଚିନ୍ତାଧାରାରୁ ‘ୱି ଲଭ୍ ଆଂଟିବାୟୋଟିକ୍ସ’ ଅଭିଯାନର ଜନ୍ମ ହୋଇଛି । ଭାରତର ଲୋକଙ୍କ ସହ ଏହି ବିଷୟରେ ଆଲୋଚନା କରିବା ଓ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ପହଞ୍ଚାଇବା ପାଇଁ ଆମେ ସଙ୍ଗୀତକୁ ଏକ ସହଜ ଓ ଆକର୍ଷଣୀୟ ମାଧ୍ୟମ ଭାବେ ବାଛିଛୁ । ଆଂଟିବାୟୋଟିକ୍ ଅମୂଲ୍ୟ ଔଷଧ ଏବଂ ଏହାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଜରୁରୀ । କିନ୍ତୁ ଏବେ ଆମେ ହାତ ଧୋଇବାକୁ ଅଧିକ ଭଲ ପାଇବା ଶିଖିବା ଦରକାର । ଅନେକ ପ୍ରତିଭାବାନ ସହଯୋଗୀଙ୍କ ସହ ମିଶି ଏହି ଅଭିଯାନକୁ ଏକ ଭିନ୍ନ ପରିଚୟ ଦେବା ଆମ ପାଇଁ ଆନନ୍ଦର ବିଷୟ । ଆମ ଉପରେ ଲଗାତାର ଭରସା ଓ ସହଯୋଗ ରଖିଥିବାରୁ ଆମେ କୃତଜ୍ଞ । ଏହି ସହଯୋଗ ଆମକୁ ନୂଆ ଓ ସୃଜନଶୀଳ ଉପାୟ ଆପଣାଇବା ସହ ସାଭଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନର ମୂଳ ଲକ୍ଷ୍ୟ ଅର୍ଥାତ୍ ଲୋକଙ୍କ ଆଚରଣରେ ଭଲ ପରିବର୍ତନ ଆଣିବା ଦିଗରେ କାମ କରିବାକୁ ପ୍ରେରଣା ଦେଉଛି ।”
ଏହା ସହିତ ସାଭଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ପକ୍ଷରୁ ଫାଏ ଡି’ସୁଜାଙ୍କ ସହଯୋଗରେ ‘ଡକ୍ସ ପଡ୍’ ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥିରେ ବିଶେଷଜ୍ଞମାନେ ଏଏମ୍ଆର ସମସ୍ୟା ସମ୍ପର୍କରେ ସରଳ ଭାବେ ବୁଝାଇବା ସହ ସଂକ୍ରମଣ ରୋକିବାର ଗୁରୁତ୍ୱ ଉପରେ ଆଲୋକପାତ କରୁଛନ୍ତି । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଓ ହାତ ଧୋଇବା ଅଭ୍ୟାସ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି ।




