banner
Breaking

ପାକିସ୍ଥାନୀ ଡ୍ରୋନକୁ ଖସାଇ ଦେଲେ ବିଏସଏଫ ଯବାନ

0

ଅମୃତସର : ପାକିସ୍ତାନରୁ ପଞ୍ଜାବକୁ ଡ୍ରଗ୍ସ ଚୋରା ଚାଲାଣ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ପଞ୍ଜାବର ଯୁବକଙ୍କୁ ବିଗାଡିବା ପାଇଁ ପାକିସ୍ତାନରୁ ଗୁପ୍ତରେ ଡ୍ରଗ୍ସ ଏବଂ ଅସ୍ତ୍ର ଆସୁଛି। ତେବେ ସୀମାନ୍ତରେ ପୋଷ୍ଟ ହୋଇଥିବା ଭାରତୀୟ ସୈନିକମାନେ ଏହି ଷଡଯନ୍ତ୍ରକୁ ରୋକିବାରେ ସଫଳ ହୋଇଛନ୍ତି। ରବିବାର ପଞ୍ଜାବର ଗୁରୁଦାସପୁର ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇବାରେ ବିଏସଏଫ ସଫଳ ହୋଇଛି।
ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଡ୍ରୋନ ସହିତ ୪ଟି ପ୍ୟାକେଟ ହେରୋଇନ ଜବତ କରିଛନ୍ତି। ହେରାଇନର ଓଜନ ୨.୭୩୦ କିଲୋଗ୍ରାମ ବୋଲି କୁହାଯାଉଛି। ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନାରେ ନିର୍ମିତ। ଏହା ୯ କିଲୋଗ୍ରାମ ଭାର ସହିତ ଉଡିପାରେ। ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ପୋଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.