banner
Breaking

ଜାଲରେ ପଡିଲା ୨୦୦ କେଜିର ବିରଳ ସାର୍କ

0

ବାଲେଶ୍ଵର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ବିଶାଳକାୟ ସାର୍କକୁ ରବିବାର ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ବିକ୍ରି କରିବାକୁ ଆଣିଥିଲେ। ସେଠାରେ ଉକ୍ତ ମାଛକୁ ନିଲାମରେ କୋଲକାତାର ଏକ କମ୍ପାନୀ ୨୯ ହଜାର ଟଙ୍କାରେ କିଣିନେଇଛି। କେତେକ ଲୋକ ଏହାକୁ ସାର୍କ କହୁଥିବା ବେଳେ ଅନ୍ୟ କେତେକ ହାଙ୍ଗର ବୋଲି କହୁଛନ୍ତି। ଏହି ମାଛକୁ କୋଲକାତା ନିଆଯାଇ ବିଦେଶରେ କି.ଗ୍ରା. ପ୍ରତି ଏହାକୁ ଚଢ଼ା ଦାମ୍‌ରେ ବିକ୍ରି କରାଯିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ବୁଧବାର ଦୀଘା ମାଛ ମାର୍କେଟରେ ବିରଳ ପ୍ରଜାତିର ୨ କୁଇଣ୍ଟାଲ ଓଜନର ଏକ ସାମୁଦ୍ରିକ କଉ ୩୮ହଜାର ଟଙ୍କାରେ କୋଲକାତାର ଏକ କମ୍ପାନୀକୁ ବିକ୍ରି କରାଯାଇଥିଲା। ଅପରପକ୍ଷରେ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏଭଳି ବିରଳ ପ୍ରଜାତିର ମାଛ ଧରାଯାଉଥିବା ବେଳେ ବନ ବିଭାଗର ଏଥିପ୍ରତି ନଜର ନାହିଁ। ଏନେଇ ସାମୁଦ୍ରିକ ବିଜ୍ଞାନୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.