banner
Breaking

ବଜେଟ ଅଧିବେଶନ ପାଇଁ କଡ଼ା ସୁରକ୍ଷା

0

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ସୁରକ୍ଷାର ଯାଞ୍ଚ କରିଛନ୍ତି। ମଙ୍ଗଳବାର ବିଧାନସଭା ବଜେଟ ଅଧିବେଶନ ବସିବ। ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳକୁ ସୁରକ୍ଷା ରଖିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ସିପି, ୧୩ ଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.