ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।
ମେଷ:-ଆଜି ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟିକ, ସାମାଜିକ ଓ ଆନୁଷ୍ଠାନିକ ସ୍ଥିତି ଠିକ୍ ରହିବ। ପାରିବାରିକ ସମସ୍ୟା ସଜାଡିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ:-ଆଜି କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ନିଜ ସମ୍ପର୍କୀୟ ବନ୍ଧୁ ମାନଙ୍କ ସହାୟତା ଲାଭ କରି କାର୍ଯ୍ୟ ହାସଲ କରିବେ। ବରାଦ ଅନୁସାରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମିଥୁନ:-ଆଜି ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିହତ କରିବାରେ ସମର୍ଥ ହେବ। ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ। ପାଖ, ପଡୋଶୀମାନେ ଆପଣଙ୍କ କାର୍ଯ୍ୟାବଳୀର ଭୁରିଭୁରି ପ୍ରଶଂସା କରିପାରନ୍ତି। ପ୍ରକାଶନ ଓ ପ୍ରଶାସନ,ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କର୍କଟ:-ଆଜି ମାନସିକ ଅସ୍ଥିରତା କାରଣରୁ ବିଶୃଙ୍ଖଳା ଘଟିପାରେ। ସଭାସମିତି କିମ୍ବା ଅଫିସ୍ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ବହୁ ଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ସେ ଅଭିମାନ କରିପାରନ୍ତି।
ସି˚ହ:-ଆଜି ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହଯୋଗ କରିବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା:-ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରି ଅଶାନ୍ତି ସୃଷ୍ଟି କରିପାରେ। କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ,ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ।
ତୁଳା:-ଆଜି ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା:-ଆଜି ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ଅବଶ୍ୟମ୍ଭାବୀ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍ ବଢିପାରେ। ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିବେ।
ଧନୁ:-ପ୍ରତ୍ୟେକ କଥାକୁ ଜାଣିଶୁଣି ନୀରବତା ଅବଲମ୍ବନରୁ ଭତ୍ସିତ ହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ମକର:-ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଆତ୍ମୀୟମାନଙ୍କ ହୀନମନ୍ୟତା କାରଣରୁ ମନଟା ଭଲ ଲାଗିବ ନାହିଁ। ସଭାସମିତି, ଆଲୋଚନା ଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
କୁମ୍ଭ:- ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସହଜରେ କାମ ହାସଲ କରିବେ। ସଭାସମିତିର ଆଲୋଚନା ପରିସରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନ:-ଆଜି ପାରିବାରିକ ସମସ୍ୟା ସମାଧାନର ଚିନ୍ତାକରି ଦୁର୍ଭାବନା ବଢିଚାଲିବ। ଶତ୍ରୁତା ଓ ସ୍ବାସ୍ଥ୍ୟହାନି ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ବାତାବରଣ ସୃଷ୍ଟି କରିପୋରେ। ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବେନି। ଆଲୋଚନା, ପାଇବାକୁଥିବା ଅର୍ଥ ସମ୍ପର୍କୀୟ କାର୍ଯ୍ୟପାଇଁ ଅସୁବିଧା ହେବନି।