banner
Breaking

ଶନି ଚଳନରେ ବିଭିନ୍ନ ରାଶି ଉପରେ ପ୍ରଭାବ

0

ନ୍ୟାୟର ଦେବତା ଶନି ଦେବତା ୩୦ ବର୍ଷ ପରେ ନିଜ ରାଶି ମକରରୁ କୁମ୍ଭ ରାଶିକୁ ୧୭ ଜାନୁଆରୀ ରାତ୍ରି ୮ଟା ୩ ମିନିଟ୍‌‌ରେ ପ୍ରବେଶ କରିବେ। ଶନିଙ୍କୁ କର୍ମର ଦେବତା ବୋଲି କୁହାଯାଏ। ତେଣୁ କର୍ମ ଅନୁଯାୟୀ ହିଁ ସମସ୍ତ ରାଶିକୁ ଏହାର ଫଳ ମିଳିଥାଏ। ଜାଣନ୍ତୁ .. ଶନି ଚଳନ ଦ୍ୱାରା କେଉଁ ରାଶିକୁ କିଫଳ ମିଳିବ
ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ସୁଯୋଗ ମିଳିବ। କର୍ମକ୍ଷେତ୍ରକୁ ନେଇ ଥିବା ଆଶା ପୂରଣ ହେବ। ଚାକିରୀ କ୍ଷେତ୍ରରେ ଶୁଭ ଖବର ମିଳିବ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବା ସହ ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସ୍ୱାସ୍ଥ୍ୟରେ ଲାଭ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବା ସହ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମିଶ୍ରିତ ଫଳ ମିଳିବ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଘରେ ଓ କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ କର୍ମକ୍ଷେତ୍ର ଓ ବ୍ୟବସାୟରେ ଅଧିକ ଧ୍ୟାନ ଦିଅନ୍ତୁ। ଏହି ସମୟରେ ବ୍ୟବସାୟ ନିଶ୍ଚୟ ଆରମ୍ଭ କରନ୍ତୁ। ଅବିବାହିତ ଯୁବକ ଯୁବତୀଙ୍କର ବିବାହ ହେବ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ କରଜ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କାହା ଠାରୁ ମଧ୍ୟ କରଜ ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ କିମ୍ବା ଚାକିରୀ କ୍ଷେତ୍ରରେ ଶୁଭଫଳ ମିଳିବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ପଦନ୍ନୋତି ହେବ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ନୂଆ ଯାନ କିମ୍ବା ଘର କିଣିପାରିବେ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଧୈର୍ଯ୍ୟର ସହ କାମ କରନ୍ତୁ। ମିଶ୍ରିତ ଫଳ ମିଳିବ। ପୂର୍ବ ବର୍ଷ ତୁଳନାରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ। ମାନସିକ ଓ ଶାରୀରିକ କଷ୍ଟ ଦୂର ହେବ।
ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶନି ଦେବଙ୍କ ପରିବର୍ତ୍ତନ ଶୁଭଫଳ ପ୍ରଦାନ କରିବ। ଜାତକରେ ଶୁଭଫଳ ମିଳିବା ସହ ଧନସମ୍ପତ୍ତି ବୃଦ୍ଧି ହେବ। ଆର୍ଥିକ କ୍ଷେତ୍ରରେ ମଜଭୂତ ହେବ।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ। ପୈତୃକ ସମ୍ପତ୍ତି ସୁଖ ମିଳିବ। ଜୀବନସାଥିଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ନୂତନ ସୁଯୋଗ ମଧ୍ୟ ମିଳିବ। ଘରେ କିଛି ସମସ୍ୟା ଦେଖା ଦେଇପାରେ। କେତେକ ସମୟରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବୁଝି ବିଚାରି କାମ କରିବା ସହ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

Khansweb Solution Bhubaneswar

Leave A Reply

Your email address will not be published.