banner
Breaking

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର।

0

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି ପ୍ୟାନେଲରେ ରାଜ୍ୟ ସଭା ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏ ନେଇ ରାଜ୍ୟ ସଭା ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲକୁ ୬ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ଅନ୍ୟ ୫ ଜଣ ସଦସ୍ୟ ହେଲେ ରାଜ୍ୟ ସଭା ସଦସ୍ୟ ଭୁବନେଶ୍ୱର କାଳିତା, ବନ୍ଦନା ଚଭନ, ସୁକେନ୍ଦୁ ଶେଖର ରାୟ, ସରେନ୍ଦ୍ର ସିଂ ନଗର ଏବଂ ଏଲ. ହନୁମନ୍ଥିୟା । ଗତ ୨୦ ବର୍ଷ ମଧ୍ୟରେ ଓଡିଶାରୁ ପ୍ରଥମ ରାଜ୍ୟ ସଭା ସଦସ୍ୟ ଭାବେ ପାତ୍ରଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସଭା ଅଧିବେଶନ ବେଳେ ସେ ଆବଶ୍ୟକ ସ୍ଥଳେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସଭା କାର୍ଯ୍ୟ ପରିଚାଳନା କରିବେ। ଏ ନେଇ ସସ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.