ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।
ମେଷ:-ଆଜି ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳି ଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, କଳା, ସାହିତ୍ୟ, ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। କିନ୍ତୁ ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ବୃଷ:-ଆଜି ଆପଣଙ୍କ ଭୁଲ୍ ନିଷ୍ପତ୍ତି, କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ସୃଷ୍ଟି କରିବ। ଇଚ୍ଛା ନ ଥିଲେ ମଧ୍ୟ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ କଳହର ସମ୍ଭାବନା ରହିଛି।
ମିଥୁନ:-ଆଜି ପାରିବାରିକ କଳହ କାରଣରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ ରହିବ। ଶୁକ୍ରଙ୍କ ପ୍ରଭାବରେ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବା ସଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ।
କର୍କଟ:-ଆଜି ବିଭିନ୍ନ ପ୍ରକାରର ନକାରାମତ୍କ ଭାବନା ମନକୁ ବିଷାକ୍ତ କରିପାରେ। ବହୁ ପୂର୍ବରୁ ଚିନ୍ତା କରିଥିବା ଓ ଗତକାଲିର ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ:-ଆଜି ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିବ। କର୍ମକ୍ଷେତ୍ରରେ କିନ୍ତୁ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ,ଏଜେନ୍ସିପ୍, ସାମ୍ବାଦିକତାରୁ ଖୁସି ରହିବେ।
କନ୍ୟା:- ଆଜି କଳେ, ବଳେ, କୌଶଳେ ସମସ୍ୟା ସମାଧାନ ସଙ୍ଗକୁ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ। ଯିଏ ଯେତେ ପ୍ରକାରର ଶତ୍ରୁତା କଲେ ମଧ୍ୟ କିଏ କିଛି କରିପାରିବେ ନାହିଁ। ଦୀର୍ଘଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ତୁଳା:-ଆଜି କର୍ମାଧିପ ଚନ୍ଦ୍ର ସ୍ବଗୃହରେ ଅବସ୍ଥାନ କରୁଥିବାରୁ ଆପଣଙ୍କ ସକାଶେ ଏକ ସ୍ମରଣୀୟ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ ତାହା ନିଜ ଦୋଷରୁ ହିଁ ହେବାର ଆଶଙ୍କା ରହିଛି। କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା:- ଆଜି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯାଇପାରେ। କିନ୍ତୁ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ। ଯାନବାହନରେ ସତର୍କତା ବିଧେୟ, ଅନ୍ୟଥା ଚିନ୍ତାରେ ପଡିଯାଇପାରନ୍ତି।
ଧନୁ:-ଆଜି ସତର୍କତାର ସହ କାମ କରନ୍ତୁ ନତୁବା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବାର ଆଶଙ୍କା ଦେଖାଦେବ। ମତାନ୍ତରଜନିତ ପାରିବାରିକ ସ୍ତରରେ ଟେନସନ୍ କିିଛି ମାତ୍ରାରେ ବଢିଯିବାର ସୂଚନା ରହିଛି। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମକର:-ଆଜି ଚତୁର୍ଥାଧିପତି ଧନଭାବସ୍ଥ ହୋଇ ଉଚ୍ଚାଂଶରେ ରହିଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ। କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଅସୁବିଧାରେ ପଡିପାରନ୍ତି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ।
କୁମ୍ଭ:-ବନ୍ଧୁମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ସଭା ସମିତିରେ,ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷାକଲେ ତାହା ହିଁ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇପାରିବ। କେତେକ କ୍ଷେତ୍ରରେ ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ମୀନ:-ଆଜି ମଧୁର ବ୍ୟବହାର ଦ୍ୱାରା ବନ୍ଧୁମାନଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ। ବୃହସ୍ପତିଙ୍କ ଦୁର୍ବଳତାରୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ମାନସିକ ସ୍ତରରେ ଦୁର୍ଭାବନା ବଢିଚାଲିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ।