banner
Breaking

ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଦେଲେ ବିଧାୟକ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): – ଚନ୍ଦ୍ରଶେଖରପୁରର ପ୍ରମୁଖ ବାଣିଜ୍ୟକେନ୍ଦ୍ର ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ନଡିଆ ବାଡେଇ ଏହାକୁ ଉଦ୍‌ଘାଟନ କରିଥିଲେ ।


ଏଥିସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ସମସ୍ତେ ସରକାରୀ ନିୟମ ମାନିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ପେଟ୍ରୋଲ ପମ୍ପ ଛକଠାରୁ ମିସ୍କି ପର୍ଯ୍ୟନ୍ତ ଏବଂ ଚନ୍ଦ୍ରଶେଖରପୁର ପଟରୁ ପାଣିଟାଙ୍କି ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ହେବା ସହିତ ମଝିରେ ଡିଭାଇଡର ରହିବ । ଏହା ପେବର୍‌ବ୍ଲକ୍‌ରେ ନିର୍ମିତ ହୋଇ ଏକମାସ ମଧ୍ୟରେ ଶେଷ ହେବ ବୋଲି ବିଏମ୍‌ସି ଏସ୍‌ଡିଓ ହୃଷୀକେଶ ସାହୁ କହିଛନ୍ତି । କିନ୍ତୁ ବିଧାୟକ ଏହାକୁ ୧୫ ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ମୋନାଲିସା ସାହୁ, ବିଜେଡି ଯୁବ ଉପସଭାପତି ମିହିର ରାଉତ, ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍‌ସ ଆସୋସିଏସନ୍‌ର ସଂପାଦକ ସତ୍ୟନାରାୟଣ ମହାନ୍ତି, ଉପସଭାପତି ରଜତ କର ଓ ବିଏମ୍‌ସି ଯନ୍ତ୍ରୀ ଚିତ୍ତରଂଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଏହି ରାସ୍ତା ଦୀର୍ଘଦିନ ହେବ ନଷ୍ଟ ହୋଇ ଯାଇଥିଲା । ବାରମ୍ବାର ଅଭିଯୋଗ ପରେ ଏହା ପୁନଃଉଦ୍ଧାର ହୋଇଥିବାରୁ ବିଧାୟକ ଓ ପୂର୍ବତନ କର୍ପୋରେଟରଙ୍କୁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.