banner
Breaking

ଶୁଣା କଥାକୁ ବିଶ୍ୱାସ ନକରି ସଚେତନ ରୁହନ୍ତୁ-ବାଗଚୀ

0

ଭୁବନେଶ୍ବର ,୧୫/୪ (ଓଡ଼ିଆ ନ୍ୟୁଜ) : ବୁଧବାର  ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। କରୋନାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବିଶେଷକରି ୧୨ଟି କୋଭିଡ ସମ୍ପନ୍ଧୀୟ ଭ୍ରାନ୍ତ ଧାରଣା ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ କରୋନା ନେଇ ଲୋକଙ୍କ ମନରେ ରହିଥିବା କିଛି ଭ୍ରାନ୍ତ ଧାରଣା ଦୂରେଇବା ପାଇଁ  ପ୍ରମୁଖ ମୁଖପାତ୍ର ବାଗଚୀ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ସେହି ଭ୍ରାନ୍ତ ଧାରଣା ଏବଂ ତାହାର ପ୍ରକୃତ ସତ୍ୟ ।

୧. ନାକରେ ଲୁଣ ପାଣି ଦେବା ଦ୍ୱାରା କରୋନା ହୁଏନି ବୋଲି ଭାବିବା ଭୁଲ୍ ।  ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା ବୋଲି ସେ କହିଛନ୍ତି । ନାକରେ ଲୁଣ ପାଣି ଦେବା ବା ଲୁଣ ପାଣିର ମହକ ଆଘ୍ରାଣ କରିବା ସହ କରୋନାର କିଛି ସମ୍ପର୍କ ନାହିଁ ।  ନାକ କିମ୍ବା ମୁହଁ ଲୁଣ ପାଣିରେ ଧୋଇଲେ ସାଧାରଣ ଥଣ୍ଡା ଛାଡିଥାଏ କିନ୍ତୁ କରୋନାରୁ ମୁକ୍ତି ମିଳିବନି । ଏମିତି କରିବା ଦ୍ୱାରା କରୋନା ଛାଡିନଥାଏ । ତେଣୁ ଏମିତି ନକରି ଚିକିତ୍ସା କରାଇବା ଉଚିତ୍ ।

୨. ଏହି ଭାଇରସ ଗରମରେ ମରିଯିବ ବୋଲି ଭାବିବା ଏକ ଭ୍ରାନ୍ତ ଧାରଣା । ଏହା ମଧ୍ୟ ଏକ ଭ୍ରାନ୍ତ ଧାରଣା । ଗ୍ରୀଷ୍ମ ଋତୁ ଆସିଲାଣି ଏବଂ ଗରମରେ ଏହି ଭାଇରସ ମରିଯିବ ବୋଲି ଭାବିବା ସଠିକ୍ ନୁହେଁ । ୨୫ ଡିଗ୍ରୀ ସେଲସିୟସ୍ ବା ୭୭ ଡିଗ୍ରୀ ଫାରେନହାଇଟରେ କୋରନା ଆପେ ଆପେ ମରିନଥାଏ । ଏଥିରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ । ତେଣୁ ଏହାକୁ ମନରୁ କାଢିଦେବା ଉଚିତ୍ ।

୩. କରୋନା ଯଦି ମୋତେ ଥରେ ଧରିବ ତେବେ ସାରା ଜୀବନ ଗୋଡେଇବ ବୋଲି ଭାବନ୍ତୁ ନାହିଁ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଯାହାକୁ ଥରେ କରୋନା ହୁଏ ଦ୍ୱିତୀୟ ଥର ପାଇଁ ଆଉ ହୁଏନି । ଥରେ କରୋନା ଆକ୍ରାନ୍ତ ହେବା ପରେ ଏବଂ ଏଥିରୁ ମୁକ୍ତି ମିଳିବାବେଳେ ଶରୀରର ଇମ୍ୟୁନିଟି ସିଷ୍ଟମ ମଜଭୁତ ହୋଇଥାଏ । ତେଣୁ ଏହା ସାଧାରଣତଃ ୨ୟ ଥର ହୋଇନଥାଏ । ଅର୍ଥାତ୍ ଯଦି ଆମେ କହିବା ତେବେ କରୋନା ମଧ୍ୟ ହାଡଫୁଟି ଭଳି ଥରେ ହେଲେ ଆଉ ହେବାର ସମ୍ଭାବନା ନଥାଏ ।

୪. ପ୍ରଶ୍ୱାସକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିବା ସହ କରୋନାର ନାହିଁ କୌଣସି ବି ସମ୍ପର୍କ । ଯଦି ଜଣେ ଭାବେ ଯେ ପ୍ରଶ୍ୱାସ ନେବା ଏବଂ ଏହାକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିପାରିବା ଅର୍ଥ କରୋନା ହୋଇନାହିଁ । ଏହା ସମ୍ପୂର୍ଣ୍ଣ ସଠିକ୍ ନୁହେଁ । କରୋନା ହେଲେ ଜ୍ୱର ଓ କାଶ ଆଦି ଲକ୍ଷଣ ଦେଖାଯିବ । ଶ୍ୱାସ ନେବାର ମଧ୍ୟ ସମସ୍ୟା ଦେଖାଦେବ । କିନ୍ତୁ ଯଦି ଆପଣ ପ୍ରଶ୍ୱାସକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିପାରୁଛନ୍ତି ତେବେ ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ କରୋନା ହେବନି ବା ହୋଇନାହିଁ । ତେଣୁ ଏମିତି ଭ୍ରାନ୍ତ ଧାରଣା ନରଖି କରୋନା ହୋଇଛି କି ନାହିଁ ତାହା ପରୀକ୍ଷା କରାନ୍ତୁ ଏବଂ ଯଦି ପଜିଟିଭ୍ ବାହାରେ ତେବେ ଚିକିତ୍ସା କରାନ୍ତୁ ।

୫. ମଦ ପିଇଲେ କରୋନା ହେବନି ବୋଲି ଭାବିବା ମଧ୍ୟ ଏକ ଭ୍ରାନ୍ତ ଧାରଣା । ମଦ କିମ୍ବା ନିଶା ଦ୍ରବ୍ୟ ବ୍ୟବହାର କରିବା ଫଳରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇପାରେ । ଏବଂ କରୋନା ହେବାର ଆଶଙ୍କା ବଢିପାରେ । ତେଣୁ ମଦ ପିଇଲେ କରୋନା ହେବନି ବୋଲି ଭାବିବା ଭୁଲ୍ ।

୬. ଗରମ ପାଣିରେ ଗାଧୋଇଲେ କରୋନା ହେବନି ବୋଲି ଭାବିବା ଭୁଲ୍ । ଯଦି ଇଛା ତେବେ ଗରମ ପାଣିରେ ସ୍ନାନ କରନ୍ତୁ । କିନ୍ତୁ ଏହା ସହିତ କରୋନାର କିଛି ସମ୍ପର୍କ ନାହିଁ । କରୋନାଠୁ ଦୂରେଇ ରହିବା ପାଇଁ ପ୍ରତିଦିନ ୬ରୁ ୮ ଥର ଭଲକରି ୨୦ ସେକେଣ୍ଡ ଲେଖାଏଁ ସାବୁନରେ ହାତ ଧୋଇବା ଉଚିତ୍ ।

୭. ମଶା କାମୁଡାରୁ କରୋନା ସଂକ୍ରମିତ ହୋଇନଥାଏ । ଯଦି ଭାବୁଛନ୍ତି ମଶା କାମୁଡିବା ଦ୍ୱାରା କରୋନା ହୋଇଥାଏ ତେବେ ଏହା ଏକ ଭ୍ରାନ୍ତ ଧାରଣା ।

୮. ରସୁଣ ଖାଇଲେ କରୋନା ହେବନି ବୋଲି ଭାବିଲା ମଧ୍ୟ ଭୁଲ୍ । ଏହା ଏକ ଭ୍ରାନ୍ତ ଧାରଣା । ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଯଦି ଇଛା ତେବେ ଖାଆନ୍ତୁ । କିନ୍ତୁ ରସୁଣ ସହିତ କରୋନାର କିଛି ସମ୍ପର୍କ ନାହିଁ ।

୯. ଛୁଆ ଏବଂ ଯୁବକ ମାନଙ୍କୁ କରୋନା ହେବନି ଏକ ଭ୍ରାନ୍ତ ଧାରଣା । ସବୁ ବୟସର ଲୋକଙ୍କୁ କରୋନା ଭୟ ରହିଛି । ଯଦିଓ ୭୦ ବର୍ଷରୁ ବୟସ୍କମାନଙ୍କ ରିସ୍କ ଅଧିକ କିମ୍ବା ସେମାନଙ୍କ ଜୀବନ ପ୍ରତି କରୋନା ପ୍ରାଣଘାତୀ ହୋଇପାରେ କିନ୍ତୁ ସଂକ୍ରମଣ ସମସ୍ତଙ୍କୁ ହୋଇପାରେ । କରୋନା ବୟସ ଦେଖି ଆଟାକ୍ କରିନଥାଏ । ତେଣୁ ଏଭଳି ଭାବିଲା ଭୁଲ୍ ଯେ ଛୁଆ ଓ ଯୁବକମାନଙ୍କୁ କରୋନା ହେବନି ।

୧୦. ଆଣ୍ଟିବୋୟଟିକ୍ ଔଷଧ ଖାଇଲେ କରୋନା ହେବନି ମଧ୍ୟ ଏକ ଭ୍ରାନ୍ତ ଧାରଣା ବୋଲି ପ୍ରେସମିଟରେ କହିଛନ୍ତି ରାଜ୍ୟସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ଏହା ଭୁଲ୍ ଧାରଣା । ତେଣୁ କାହା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ ।

୧୧. କ୍ଲୋରିନ୍ ପାଣିରେ କୁଳୁକୁଞ୍ଚା କରିଦେଲେ କରୋନା ହେବନି ବୋଲି ଭାବିବା ଭୁଲ୍ । ଏମିତି କେବେ ହେଲେ କରିବେନି । କ୍ଲୋରିନ୍ ପାଣି ପାଟିରେ କେବେ ପୂରେଇବେନି । ଏଥିରେ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ ଭୁଲରେ ଏମିତି କେବେ ବି କରିବେନି । ଏମିତି କରିବା ଫଳରେ କରୋନାରୁ ମୁକ୍ତି ମିଳେନି ।

୧୨. ପୋଷା କୁକୁର କିମ୍ବା ବିଲେଇଙ୍କଠୁ କରୋନା ହୋଇନଥାଏ । ପୋଷା କୁକୁର, ବିଲେଇ କିମ୍ବା ଅନ୍ୟ କୌଣସି ପୋଷା ଜୀବଜନ୍ତୁଙ୍କଠୁ ଆପଣଙ୍କୁ କରୋନା ହୋଇନଥାଏ । ତେଣୁ ଏମିତି ଭାବନ୍ତୁ ନାହିଁ । ଏହା ଏକ ଭ୍ରାନ୍ତ ଧାରଣା । ସେମାନଙ୍କୁ ପୂର୍ବ ଭଳି ସ୍ନେହ କରନ୍ତୁ 

ଗାଳି ବି ସଚେତନତା ବାର୍ତ୍ତା ଦିଏ। ଏହାର ଉତ୍ତର କହିଛନ୍ତି ତାଙ୍କର ସାମାନ୍ୟ ତ୍ରୁଟି ପାଇଁ ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଗାଳି ଦେଇଛନ୍ତି ବୋଲି ମାନିଛନ୍ତି ସୁବ୍ରତ । ବୁଧବାର ଗଣମାଧ୍ୟମକୁ ବାର୍ତା ଦେବାବେଳେ ସୁବ୍ରତ କହିଛନ୍ତି ଆଜି ସକାଳେ ଯେତେବେଳେ ଶ୍ରୀମତୀ ଶାଳିନୀଙ୍କ ସହ ମିଟିଂ ଥିଲା ସେତେବେଳେ ସୁବ୍ରତ ନିଜେ ପିନ୍ଧିଥିବା ମାସ୍କକୁ ସାମ୍ନା ପଟୁ ଦୁଇ ହାତର ଆଙ୍ଗୁଳିରେ ବାହାର କରିଥିଲେ । ତେବେ ସେତିକି ବେଳେ ସଙ୍ଗେ ସଙ୍ଗେ ଶାଳିନୀ ପଣ୍ଡିତ କହିଥିଲେ କି ମାସ୍କର ସାମ୍ନାପଟୁ ହାତ ଦେବା ଆଉ ମୁହଁକୁ ଛୁଇଁବା ଏକାକଥା । ତେଣୁ ମାସ୍କ ଓହ୍ଲାଇଲା ବେଳେ କିମ୍ବା ପିନ୍ଧିଲା ବେଳେ ସାମ୍ନାପଟୁ ନୁହେଁ ବରଂ ଦୁଇ ସୂତା ଧରି ବ୍ୟବହାର କରିବାକୁ ପଡିବ ବୋଲିତାଙ୍କୁ ଶାଳିନୀ ଶିକାଇଥିଲେ ବୋଲି ସୁବ୍ରତ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.