ଭୁବନେଶ୍ୱର,- ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶାର ସବୁଠାରୁ ବଡ଼ ଓ ଭବ୍ୟ ଡାଣ୍ଡିଆ ଉତ୍ସବ “ଜଶ୍ନେ ଡାଣ୍ଡିଆ”। ତିନିଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମାଇଦାନରେ ଚାଲିବ। ନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ସହଯୋଗରେ ଫାଲ୍କନ୍ ଆଇ ଏଣ୍ଟରଟେନମେଣ୍ଟ ଦ୍ୱାରା ଆୟାଜନ କରାଯାଉଛି ବୋଲି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସ୍ପେଶାଲ୍ ଆର୍ଟିଷ୍ଟ ଭାବେ ମଞ୍ଚରେ ଉପସ୍ଥିତ ହେବେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି, ଗୁଲୁଆ ସହିତ ମୁଭି “ଚାର୍ଧାମ୍” ଟିମ୍, ଅର୍ଧେନ୍ଦୁ ଓ ଏଲିନା ସହିତ ମୁଭି “ଚ୍ୟାଲେଞ୍ଜ୍” ଟିମ୍। ଓଲିଉଡର ଟ୍ରେଣ୍ଡିଂ ସିଙ୍ଗର ଓ ମ୍ୟୁଜିକ୍ ଡିରେକ୍ଟର ଅର୍ଜୁନ୍ ଅନୁପ୍ ମଧ୍ୟ ଅଂଶଗ୍ରହଣ କରିବେ। ଏହା ସହିତ ଆହୁରି ଅନେକ ସ୍ପେଶାଲ୍ ସର୍ପ୍ରାଇଜ୍ ଗୁଡିକ ଶିଘ୍ର ଆମର ଆଧିକାରିକ ସୋସିଆଲ୍ ମିଡିଆ ପେଜ୍ “ଜଶ୍ନେ ଡାଣ୍ଡିଆ” ରେ ଘୋଷଣା କରାଯିବ। ଏହି ଦାଣ୍ଡିଆ ସମ୍ପୂର୍ଣ୍ଣ ପରିବାର ସହିତ ଉପଭୋଗ କରି ପାରିବେ। ଭବ୍ୟ ଗ୍ରାଣ୍ଡ ଆରତି ଓ ଧୋଲ, ଚମକଭରା ଏସ୍ଇଏକ୍ସ ସହିତ ସ୍ୱାଦିଷ୍ଟ ଫୁଡ୍ ସ୍ଟଲ୍ ଅଧିକ ସାହାୟକ କରିବ। ଏହି ଉତ୍ସବରେ ଉତ୍ସାହଦାୟୀ ଡିଜେ ପରିବେଷଣ କରିବେ ଶୋର୍ ବ୍ୟାଣ୍ଡ, ଡିଜେ ପାର୍ଥୋ, ଡିଜେ ରିଶି, ଡିଜେ ସ୍ଟ୍ରିଙ୍ଗ୍, ଡେସି ସ୍କୁଆଡ୍। ହୋଷ୍ଟିଂ କରିବେ ଆଙ୍କର ତନ୍ଭି ଓ ଆଙ୍କର ସାର୍ଥକ। ଜଶ୍ନେ ଡାଣ୍ଡିଆ ଭୁବନେଶ୍ୱରରେ ସଂସ୍କୃତି, ସଙ୍ଗୀତ ଓ ଉତ୍ସବର ସବୁଠାରୁ ଧମାଲ କରିବ ଏହି ଦାଣ୍ଡିଆ ମହୋତ୍ସବ। ଏହି ସାମ୍ବାଦିକ ସମ୍ମିଳନରେ ଡ଼ ଚିନ୍ମୟ ନନ୍ଦ ବଡ଼ଜେନା, ହିମାଂଶୁ ରଞ୍ଜନ ସମେତ ବହୁ ନୂତନ କଳାକର ଓ ସଭ୍ୟମାନେ ଉପସ୍ଥିତ ଥିଲେ ।




