banner
Breaking

କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ।

0

ଭୁବନେଶ୍ବର (ବ୍ୟୁରୋ) : କରୋନା ପ୍ରଭାବ ଶେଷ ପରେ ଭାରତ ବିଶ୍ବର ଅନ୍ୟତମ ମହାଶକ୍ତି ଭାବରେ ଉଭା ହେବ । ଏପରିକି ରୁଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଦେଶର ଜିଡ଼ିପି ଠାରୁ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ । ଭାରତ ଓ ଚୀନ ମଧ୍ୟରେ ତୀବ୍ର ଆର୍ଥନୀତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ବାଜି ମାରି ପାରିବ । ଏପରି ଆକଳନ କରିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଜନୈକ ଅଧିକାରୀ । ତାଙ୍କ ଆକଳନ ଅନୁସାରେ ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୨୦ରେ ୧.୯%କୁ ହ୍ରାସ ପାଇବ । ସେହିପରି ଚୀନ ଅଭିବୃଦ୍ଧି ୧.୨%କୁ କମିବ । ଅନ୍ୟପକ୍ଷରେ ବ୍ରାଜିଲ, ରୁଷ ଓ ଦକ୍ଷିଣଆଫ୍ରିକା ପରି ଦେଶର ଅଭିବୃଦ୍ଧି ନକରାତ୍ମକ ରହିବ ଓ ବିଯୁକ୍ତାତ୍ମକ ସ୍ଥିତିରେ ପହଞ୍ଚିବ । ବ୍ରାଜିଲ୍ ବିଯୁକ୍ତ ୫.୩, ରୁଷ ବିଯୁକ୍ତ ୫.୫ ଓ ଦକ୍ଷିଣ ଆଫ୍ରିକା ବିଯୁକ୍ତ ୫.୮ରେ ପହଞ୍ଚିଯିବ । ମାତ୍ର ୨୦୨୧ ବେଳକୁ ଭାରତରେ ଅର୍ଥନୈତିକ ସ୍ଥିରତା ଆସିବା ସହ ଅଭିବୃଦ୍ଧି ୭.୪% ଛୁଇଁପାରେ ।  ତେବେ ଭାରତ ସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ସମକକ୍ଷ ହୋଇ ପାରିବେ ନାହିଁ । ବ୍ରାଜିଲ୍, ଚୀନ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶର ଅଭିବୃଦ୍ଧି ଅତିବେଶରେ ୨.୯ରୁ ୪% ମଧ୍ୟରେ ରହିବ ବୋଲି ସେ ଆକଳନ କରିଛନ୍ତି ।ଅନ୍ୟପକ୍ଷରେ ଆମେରିକାର ଅଭିବୃଦ୍ଧି ୨୦୨୦ରେ ବିଯୁକ୍ତ ୫.୯%ରେ ଓ ୟୁରୋପୀୟ ଦେଶଗୁଡ଼ିକରେ ଏହା ବିଯୁକ୍ତ ୭.୫%ରେ ପହଞ୍ଚିପାରେ ବୋଲି ଆକଳନ ହୋଇଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏହା ବିଯୁକ୍ତ ୨.୮ ଓ ଲାଟିନ ଆମେରିକୀୟ ଦେଶରେ ଏହା ବିଯୁକ୍ତ ୫.୨% ହୋଇପରେ । ମାତ୍ର କରୋନାତ୍ତର ସମୟରେ ୨୦୨୧ ବେଳକୁ ଏହି ଦେଶଗୁଡ଼ିକରେ କିଛିଟା ଅଭିବୃଦ୍ଧି ଘଟିବ । ମାତ୍ର ତାହା ଦୁଇ ଏସୀୟ ମହାଶକ୍ତି ଭାରତ ଓ ଚୀନକୁ ଅତିକ୍ରମ କରି ପାରି​‌ବେ ନାହିଁ । ଏସୀୟ ଦେଶ ଭାରତ ଓ ଚୀନରେ ଏହି ସମୟରେ ସାମଗ୍ରିକ ଅଭିବୃଦ୍ଧି ହାର ୮.୫ ପର୍ଯ୍ୟନ୍ତ ରହିବ ବୋଲି ରହ ରିପୋର୍ଟରେ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.