banner
Breaking
Monthly Archives

April 2020

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ଓ ପବନ ବହିବ।

ଭୁବନେଶ୍ବର,୨୩/୪(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ଥିବାବେଳେ ୨୪ରୁ ୨୬ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।…
Read More...

ବାହାର ରାଜ୍ୟରୁ ଫେରିବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ଇତିମଧ୍ୟରେ ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତତ୍‌ଜନିତ ସଂକ୍ରମଣ ରହିଥିଲା। ସେହିଭଳି ତୃତୀୟ…
Read More...

ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍।

ଭୁବନେଶ୍ୱର, ୨୨ା୪(ଓଡ଼ିଆ ନ୍ୟୁଜ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି।…
Read More...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ।

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି ମୋଦି ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ମିଳିଲା ଆକ୍ରାନ୍ତଙ୍କ ତଥ୍ୟ।

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ…
Read More...

ସରପଞ୍ଚଙ୍କୁ କରୋନା ମନ୍ତ୍ର ଦେଲେ ନବୀନ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା,…
Read More...

ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ପଦକ୍ଷେପ।ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।କରୋନା ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ…
Read More...

କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକ। ଖାଲି ଖବର ନୁହେଁ ଲୋକଙ୍କ ପେଟ ଚିହ୍ନନ୍ତି।

ଭୁବନେଶ୍ୱର,୨୨/୪(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ତାଣ୍ଡବଲୀଳା ରଚିଛି।ଏହାର ମୁକାବିଲା କରିବା ପାଇଁ ଯାହା ପଦକ୍ଷେପ ନିଆଯାଇଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛି ସାମ୍ବାଦିକ। ସରକାରଙ୍କ ସମସ୍ତ ରଣକୌଶଳ ଓ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପୁଙ୍ଖାନୁପୁଙ୍ଖ ବଖଣିଛି ନିଜ ଜୀବନକୁ ବାଜି…
Read More...

ରାଜ୍ୟରେ ଆଉ ତିନିଜଣ ଆକ୍ରାନ୍ତ ଚିହ୍ନଟ।ମୋଟ ୮୨

ଭୁବନେଶ୍ଵର,୨୧/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ୮୨ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦେଇଛି । ସମସ୍ତ ତିନିଜଣ ଭଦ୍ରକର ବୋଲି ଜଣାପଡିଛି।…
Read More...