banner
Breaking

ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।

0

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ପଦକ୍ଷେପ।ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।କରୋନା ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏ ନେଇ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ ତିଆରି କରାଯାଇଛି। ‘ଓଡ଼ିଶା ସରକାର ହ୍ବାଟ୍‌ସଆପ୍‌ ଇନ୍‌ଫୋ ଡେସ୍କ’ ନାମକ ଏହି ଗ୍ରୁପ୍‌କୁ ବୁଧବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। bit.ly/OGC Covid ହ୍ବାଟ୍‌ସ ଆପ୍‌ର ନମ୍ବର ହେଉଛି ୯୩୩୭୯୨୯୦୦୦। ହ୍ବାଟ୍‌ସ ଆପ୍‌ରେ ପ୍ରଥମେ Hl ଲେଖି ପଠାଇ ଦେଲେ ସୂଚନା ପହଞ୍ଚିଯିବ। ହେଲ୍ପ ଡେକ୍ସ ଶୁଭାରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌କରି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.