banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।

ବୃଷ:-ଆପଣଙ୍କ ପାଖକୁ ସାହାଯ୍ୟର ଅବାରିତ ସୁଅ ଆପଣାଛାଏଁ ମାଡି ଆସିବ । ଅପେକ୍ଷା କରିଥିବା କାମରେ ନାସ୍ତିସୂଚକ ସୂଚନା ପାଇଲେ ମଧ୍ୟ କାମ କରି ଚାଲନ୍ତୁ, ଅବଶ୍ୟ ବିଳମ୍ବରେ କୃତକାର୍ଯ୍ୟ ହେବେ । ଆକସ୍ମିକ ଭାବେ ମତାନ୍ତରଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁଁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ ।

ମିଥୁନ:-ମାନସିକ ସ୍ତରରେ ଉତ୍ସୁକତା ଅନୁଭବ କରିବେ । ନିଜର କଥାର ମଧୁରତା ଅନ୍ୟମାନଙ୍କୁ ଆକର୍ଷିତ କରାଇ ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରକୁ ଗୋଳମାଳିଆ କରିପାରେ, ଫଳରେ ଆପଣ ସବୁ ଜାଣିଶୁଣି ମଧ୍ୟ ନୀରବ ରହିପାରିଲେ ଭଲ ହେବ ।

କର୍କଟ:-ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରିବାକୁ ସ୍ତ୍ରୀ ପ୍ରେରଣା ଦେବେ । କର୍ମକ୍ଷେତ୍ରରେ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଲେଖାପଢା, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ ।

ସି˚ହ:-ପ୍ରତ୍ୟେକ ପ୍ରକାରର କାମ ସକାଶେ ଅନୁକୂଳ ଫଳ ପ୍ରଦାନ କରିବେ । ଧର୍ମକାର୍ଯ୍ୟ,ବନ୍ଧୁମିଳନ,ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ରାଜନୀତି, ଆଇନ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିବେ । ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ ।

କନ୍ୟା:-ଆଜି ଆପଣ ଅନ୍ୟମାନଙ୍କର ମନ ଧରି କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଅବଶ୍ୟ ବାଣିଜ୍ୟ, ବ୍ୟବସାୟ,ପରିବହନ,ହୋଟେଲ ଶିଳ୍ପ କ୍ଷେତ୍ରରେ ଶୁଭଫଳ ପାଇବେ।  ଗୃହନିର୍ମାଣ, ଜମି କିଣାବିକା, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ମଧ୍ୟାହ୍ନରେ ଜଣେ ବନ୍ଧୁଙ୍କ ବ୍ୟବହାରକୁ କେନ୍ଦ୍ର କରି ଝଗଡା ଲାଗିପାରେ ।

ତୁଳା:-ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଏକ ପ୍ରକାର ଭଲରେ ଅତିବାହିତ ହେବ।  ନୂତନ କର୍ମାରମ୍ଭ, ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ସାହାହ୍ନେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।

ବିଛା:-ଆଳସ୍ୟ ଓ ଅବହେଳାଜନିତ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ କରିପାରିବେ ନାହିଁ । ପିଲା ମାନଙ୍କର କେତେକ ବ୍ୟତିକ୍ରମ ଓ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ମକଦ୍ଦମାରେ ଉପକୃତ ହୋଇପାରନ୍ତ । ଆତ୍ମୀୟମାନଙ୍କ ସଦ୍‌ଭାବ ଓ ବନ୍ଧୁ ମାନଙ୍କ ଶୁଭେଚ୍ଛା ସାମୟିକ ଭାବରେ ମନକୁ ଆହ୍ଲାଦିତ କରିବ ।

ଧନୁ:-ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ । ଆର୍ଥିକ ସ୍ଥିତି କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ । କୌଣସି ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ହାସଲ କରିବେ ।

ମକର:-କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିପାରେ । ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ ।

କୁମ୍ଭ:-ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଆଇନ, କଳା, ସାହିତ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବେ । ଯାନ୍ତ୍ରିକ ଜିନିଷ, ବିଳାସବ୍ୟସନ ସମ୍ପର୍କିତ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇବେ । ବନ୍ଧୁମିଳନ, ମାଙ୍ଗଳିକ କାର୍ଯ୍ୟରେ ନିଜକୁ ସହଭାଗିତା କରାଇପାରନ୍ତି ।

ମୀନ:-ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍‌ଭାବ ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶୁଭେଚ୍ଛୁମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବା କାରଣରୁ ବନ୍ଧୁ ଗହଣରେ ବହୁ ଚର୍ଚ୍ଚିତ ହେବେ । କିନ୍ତୁ ରେବତୀ ନକ୍ଷତ୍ରର ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ।

Khansweb Solution Bhubaneswar

Leave A Reply

Your email address will not be published.