banner
Breaking

ବାହାର ରାଜ୍ୟରୁ ଫେରିବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ।

0

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ଇତିମଧ୍ୟରେ ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତତ୍‌ଜନିତ ସଂକ୍ରମଣ ରହିଥିଲା। ସେହିଭଳି ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ସଂକ୍ରମଣ ହେଉଛି। ହେଲେ ଆଗକୁ ଚତୁର୍ଥ ପର୍ଯ୍ୟାୟ ଆସୁଛି, ଯାହା ସରକାରଙ୍କ ପାଇଁ ଏକ ଆହ୍ବାନ। ଲକ୍‌ଡାଉନ୍‌ ଦିନେ ନା ଦିନେ ଖୋଲିବ, ଏହାଫଳରେ ବାହାରେ ଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ, ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ଅଧିକ ଲୋକ ସଂକ୍ରମିତ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାରୁ ଫେରିବେ। ସେମାନଙ୍କୁ ଚିହ୍ନଟ କରି କ୍ୱାରାଣ୍ଟାଇନ୍‌ରେ ରଖିବା ସମସ୍ତଙ୍କର ଦାୟିତ୍ୱ। ଏନେଇ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହ ବୁଧବାର ଆଲୋଚନା କରିଥିବା ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.