banner
Breaking

ଉତ୍ତର ଭୁବନେଶ୍ୱର ଭସାଣୀ ମହୋତ୍ସବରେ ଭାଗନେଲେ ୨୦ ମେଢ଼। ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ରାଜଧାନୀ ପାଇଁ ଆହ୍ୱାନ।

0

ଭୁବନେଶ୍ୱର, ୧୦/୧୦(ଓଡ଼ିଆ ନ୍ୟୁଜ) ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା ମହାମାୟା, ଦୁର୍ଗତିନାସିନୀ, ମହିସା ମର୍ଦ୍ଧିନୀ ମାଙ୍କ ମୃଣ୍ମୟ ପ୍ରତିମା ଭସାଣୀରେ ପାରମ୍ପରିକ ବାଦ୍ୟ, ଘଣ୍ଟ, ହୁଳହୁଳି, ବିଭିନ୍ନ ନୃତ୍ୟ ଓ ଆତସବାଜିରେ ବିଦାୟ ନେଇଛନ୍ତି । ଅଶ୍ରୁପ୍ଳାବିତ ହୋଇଯାଇଛନ୍ତି ଅଗଣିତ ଭକ୍ତ । ରାଜଧାନୀରେ ଅନୁଷ୍ଠିତ ଭସାଣୀ ଉତ୍ସବରେ ନୟାପଲ୍ଲୀରେ ୧୮ ମେଢ଼, ସହିଦ ନଗରରେ ୨୨ ମେଢ଼, ପୂରୁଣା ଭୁବନେଶ୍ୱରରେ ୨୩ ମେଢ଼ ଓ ଉତ୍ତର ଭୁବନେଶ୍ୱରରେ ୨୦ ମେଢ଼ ଯୋଗ ଦେଇଛନ୍ତି ।

ଉତ୍ତର ଭୁବନେଶ୍ୱର ଭସାଣୀ କମିଟି ପକ୍ଷରୁ ଚନ୍ଦ୍ରଶେଖରପୁର ମେଳଣ ପଡିଆଠାରେ ଆୟୋଜିତ ଭଷାଣୀ ଉତ୍ସବରେ ୨୦ଟି ମେଢ଼ ଯୋଗ ଦେଇଥିଲେ । ଏଥି ମଧ୍ୟରେ ଡମଣା, ଶୈଳଶ୍ରୀ ବିହାର, ନିଳାଦ୍ରି ବିହାର, ଡିଷ୍ଟ୍ରିକ୍ଟ ସେର, ନନ୍ଦନ ବିହାର, ବିଡିଏ କଲୋନୀ, ଶିଖର ଚିଣ୍ଡି, ଇଞ୍ଜଣା ଓ ଅନ୍ୟାନ୍ୟ ପୂଜା ମପରୁ ମେଢ଼ ଗୁଡିକ ବିଭିନ୍ନ ବାଦ୍ୟ, ଆତସବାଜି ପାରମ୍ପରିକ ନୃତ୍ୟରେ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଭସାଣୀ କମିଟି ଉପଦେଷ୍ଟା କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ତଥା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସୁବାଷ ପାତ୍ର, ପୂର୍ବତନ କର୍ପୋରେଟର ପ୍ରିତୀନନ୍ଦା ରାଉତରାୟ ଓ ଅନ୍ୟତମ ଉପଦେଷ୍ଟା ମଧୁମାଧବ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସଂଯୋଜକ ସମରେନ୍ଦ୍ର ସାହୁ ଓ ମିହିର ରାଉତଙ୍କ ସଂଯୋଜନାରେ ବିଭିନ୍ନ କ୍ଷେତ୍ରରେ ଅବଦାନପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ପୂଜା କମିଟିର ସଭାପତି ସଂପାଦକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ରାଜଧାନୀ କରିବାକୁ ଅତିଥି ଓ କର୍ମକର୍ତ୍ତା ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ବିଶେଷ ଆକର୍ଷଣ ଥିଲା ଗାଡକଣ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିଣ୍ଟାଲ ୨୦ କେଜି ଲଡୁ ।

ଯାହାକୁ ନିଲାମ ମାଧ୍ୟମରେ ୨୭ ହଜାର ଟଙ୍କାରେ ଇଞ୍ଜଣା ଦୁର୍ଗାପୂଜା କମିଟିର ମୁଖ୍ୟ ପ୍ରଦିପ ଦାସ ନେଇ ଉପସ୍ଥିତ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଜୋନ୍-୬ ଏସିପି ତରୁଣକାନ୍ତ ଦାସଙ୍କ ଦ୍ୱାରା ଲଟେରୀ ଉଠାଣ କରାଯାଇ ମେଢ଼ ଗୁଡିକୁ ନମ୍ବର ଅନୁସାରେ ଛଡାଯାଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଚନ୍ଦ୍ରଶେଖରପୁର, ଇମ୍ଫୋସିସ୍, ନନ୍ଦନକାନନ ଥାନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ।

କମିଟିର କର୍ମକର୍ତ୍ତା, ପ୍ରଦିପ ଜେନା, ସୁରେଶ ରଥ ଓ ସନ୍ତୋଷ ମହାନ୍ତି ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ । ରାତ୍ରି ୯ ଘଟିକା ସମୟରେ ପଡିଆରୁ ମେଢ଼ ଗୁଡିକ ବାହାରି ବିଭିନ୍ନ ବାଦ୍ୟ ଓ ନାଚର ତାଳେ ତାଳେ କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ ଛକଦେଇ କୁଆଖାଇ ଅଭିମୁଖେ ଯାତ୍ରା କରିଥିଲେ । ଏଥିମଧ୍ୟରେ ଘୋଡା ନାଚ, ଘଣ୍ଟପାଟୁଆ, ମାର୍ଦଳ ବାଜା, ଢୋଲବାଜା, ବ୍ୟାଣ୍ଡପାର୍ଟି, ଦୁଲଦୁଲି ବାଜା, ଦକ୍ଷିଣୀ ନାଚ, ନିଆଁ ଖେଳ, ସହିତ ବିଭିନ୍ନ ଭଣ୍ଡ ବାବାଙ୍କ ବେଶଧାରି ବ୍ୟକ୍ତିମାନେ ଆତସ ବାଜି କରୁଥିଲେ । ପଡିଆଠାରୁ ରାସ୍ତାସାରା ଲୋକମାନେ ଏକତ୍ରିତ ହୋଇ ଏହାର ମଜା ନେଉଥିଲେ । ଶେଷରେ କୁଆଖାଇ ଠାରେ ମା’ଙ୍କ ମୃଣ୍ମୟ ପ୍ରତିମାଙ୍କୁ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.