banner
Breaking

ଭୁବନେଶ୍ୱର ରଜ ମହୋତ୍ସବ ଉଦଘାଟିତ

0

ଭୁବନେଶ୍ୱର : ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ପକ୍ଷରୁ କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର ପ୍ରାକୃତିକ ପରିସରରେ ଅନୁଷ୍ଠିତ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ମହୋତ୍ସବ ପରିଷଦର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର ସ୍ବାଗତ ଭାଷଣ ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମରେନ୍ଦ୍ର ସାହୁ, ବରିଷ୍ଠ ମୁରବୀ ଅନ୍ତର୍ଯ୍ୟାମୀ କୁଅଁର, ଜିଲ୍ଲା ପରିଷଦ ବବିତା ରାଉତ, କର୍ପୋରେଟର ମୋନାଲିସା ବେହେରା, ଉପସଭାପତି ସନ୍ତୋଷ ନାଥ, ପ୍ରସନ୍ନ କୁମାର ସାହୁ ଓ ପାଞ୍ଚ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଯୋଗଦାନ କରିଥିଲେ। କୁଆଖାଇ ନଦୀ ପଠାର ମନୋରମ ସୌନ୍ଦର୍ଯ୍ୟତା ମଧ୍ୟରେ ୪ ଦିନ ବ୍ୟାପି ପାଳିତ ହେବାକୁ ଥିବା ଏହ ରଜ ମହୋତ୍ସବ ଓଡିଶାର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହିତ ଭାଇଚାରା ସମ୍ପର୍କକୁ ଦୃଢିଭୂତ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସନତ ସ୍ବାଇଁ ଓ ବିଚିତ୍ର ସ୍ବାଇଁ ମଞ୍ଚ ସଂଚାଳନ କରିଥିଲା ବେଳେ ଅନୁପ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.