banner
Breaking

କାନନ କ୍ଷେତ୍ର ଜଗନ୍ନାଥ ମନ୍ଦିର ଦଧିନଉତି ରତ୍ନମୁଦ

0

ଭୁବନେଶ୍ୱର : ନନ୍ଦନକାନନ ସ୍ଥିତ କାନନ କ୍ଷେତ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ମନ୍ଦିର ଦଧିନଉତିର ରତ୍ନମୁଦ କରାଯାଇଛି । ଏହି ମହାନ କାର୍ଯ୍ୟରେ ଶରତ ଚନ୍ଦ୍ର ମିଶ୍ର କର୍ତ୍ତା ହୋଇଥିଲେ ଓ ମନ୍ଦିର ପ୍ରଥମ ସେବକ ଇଂ ଅଭୟ କୁମାର ସାମନ୍ତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ,ସଭାପତି ସୁବାସ ଚନ୍ଦ୍ର ପାତ୍ର ,ମନ୍ଦିର ପରିଚାଳକ ବାବାଜୀ ପ୍ରଧାନ ,ରବିନ୍ଦ୍ର ପାତ୍ର, ଚକ୍ରଧର ବେହେରା,କୁନାଲ ରାଉତ, ନବଘନ ପାତ୍ର ,ସୁରେନ୍ଦ୍ର ପାତ୍ର ବିନୋଦ ପାତ୍ର, ପ୍ରମୋଦ କୁମାର ଜେନା ,ସୁରେଶ ରାଉତ ଓ ବିଜୟ କୁମାର ରାଉତରାୟ ଉପସ୍ଥିତରେ ବରିଷ୍ଠ ପଣ୍ଡିତ ମାନଙ୍କ ଦ୍ଵାରା ସ୍ବର୍ଣ୍ଣ, ରୁପା, ଅଷ୍ଟଧାତୁ, ମୁକ୍ତା, ମାଣିକ,ହୀରା, ବିଭିନ୍ନ ପୁରୁଣା ମୁଦ୍ରା ଓ ଶସ୍ୟ ଦିଆଯାଇ ରତ୍ନମୁଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଦ୍ୱାନ ପଣ୍ଡିତ ଗାଁ ମୁରବୀ ଯୋଗ ଦେଇଥିଲେ ଓ ଶେଷରେ ମନ୍ଦିର ସମ୍ପାଦକ ଏହି ମହତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ନନ୍ଦନକାନନ ଜଗନ୍ନାଥ ମନ୍ଦିର ୧୯୬୦ ମସିହାରେ ଆରମ୍ବ କରା ଜାଇଥିଲା। ଏହା ଏହି ଅଞ୍ଚଳର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ଭାବରେ ସୁଖ୍ୟାତି ଅର୍ଜନ କରିଛି। ଏହାକୁ ବାବାଜୀ ଅରକ୍ଷିତ ଦାସ ଓ ମାତା ମା ଆରମ୍ବ କରିଥିଲେ କିନ୍ତୁ କାଳକ୍ରମେ ପୁରାତନ ମନ୍ଦିର ନଷ୍ଟ ହେବାରୁ ଏହାକୁ ଭଙ୍ଗା ଯାଇ ନୂତନ ମନ୍ଦିର ନିର୍ମାଣ ଶିଳ୍ପୀ ଶାସ୍ତ୍ର ଅନୁସାରେ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.