banner
Breaking

ଆସନ୍ତା କାଲି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ହେବିଓ୍ବେଟ ଧର୍ମେନ୍ଦ୍ର

0

ଭୁବନେଶ୍ୱର,୧୦।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନକୁ ଆଉ ୧୧ ଦିନ ବାକି,ପ୍ରଚାର ମଇଦାନକୁ ଓହ୍ଲାଇବେ ହେବି ଓ୍ବେଟ୍ ନେତା। ଏହି ଉପଲକ୍ଷେ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବେ। ସେ ଶୁକ୍ରବାର ସକାଳ ୧୧ଟାରେ ବରଗଡ଼ ଜିଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗଦେବେ। ପରେ ସେ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସହ ରୋଡ ଶୋ’ରେ ସାମିଲ ହେବେ। ଏଥିରେ ସେ ବିଜେପୁରବାସୀଙ୍କୁ ସନତଙ୍କ ପାଇଁ ଭୋଟ ମାଗିବେ। ସେହିଭଳି ଅପରାହ୍ନ ୪ଟାରେ ବରପାଲି ବ୍ଲକ ଅଗଲପୁରଠାରେ ଧର୍ମେନ୍ଦ୍ର ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିବେ ବୋଲି ଗୁରୁବାର ରାଜ୍ୟ ଭାଜପା ଗଣମାଧ୍ୟମ ମୁଖ୍ୟ ତଥା ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.