ଭୁବନେଶ୍ୱର ,୦୯/୧୦(ଓଡ଼ିଆ ନ୍ୟୁଜ) ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପନାୟକ ସେପ୍ଟେମ୍ବର ୨ରୁ ନିଜେ ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଆରମ୍ଭ କରିଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଳୀରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛାମୁଆ ନେତା ଓ ବିଧାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଧାୟକ ମଧ୍ୟ ଦଳୀୟ କର୍ମୀ ଓ କର୍ପୋରେଟର ମାନଙ୍କୁ ଦାୟୀତ୍ୱ ହସ୍ତାନ୍ତର କରି ତଦାରଖ କରୁଥିଲେ । ଏହି ସବୁ ପର୍ଯ୍ୟାୟରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଳୀର ୧୨ନଂ ୱାଡ ସବୁଠାରୁ ଆଗରେ ରହିଛି । ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ନିଜ କର୍ମୀଙ୍କ ସହାୟତାରେ ୫୦ଟି ବହିରେ ସଭ୍ୟ ସଂଗ୍ରହ ଶେଷ କରି ୭ ତାରିଖ ଦିନ ସମସ୍ତଙ୍କ ଉପସ୍ଥିତିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀଯୁକ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Breaking
ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛିଗ୍ୟାସ ସିଲିଣ୍ଡର ଉପରେ ୨୦୦ ରିହାତି