ଭୁବନେଶ୍ୱର୫/୧୧(ଓଡ଼ିଆ ନ୍ୟୁଜ): ଆଜି ହେଉଛି ପବିତ୍ର ଅଅଁଳା ନବମୀ । ଅଅଁଳା ନବମୀରେ ଶ୍ରୀରାଧା ପାଦ ପଦ୍ମ ଦର୍ଶନର ପରମ୍ପରା ରହିଛି। ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ଅଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ଦିନ ଶ୍ରୀ ରାଧାରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣିଆ କଚ୍ଛା ମାରିଥାନ୍ତି। କାଣିଆ କଚ୍ଛା ମାରିବା ଦ୍ବାରା ଠାକୁରାଣୀଙ୍କ ପାଦପଦ୍ମ ଉପରୁ ପିନ୍ଧା ବସ୍ତ୍ର ଉଠିକି ରହିଥାଏ। ଫଳରେ ଭକ୍ତମାନେ ଠାକୁରାଣୀଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଶ୍ରୀରାଧା ପଣତକାନୀରେ ଗୁଆ, ଅରୁଆ ଚାଉଳ ଓ ଦୁବ ବନ୍ଧା ଯାଇଥାଏ। ଏହା ସହ ପାଦରେ ଅଳତା, ଚକ୍ଷୁରେ କଜ୍ଵଳ ଓ ମୁଣ୍ଡରେ ସିନ୍ଦୂର ଲଗାଯାଇଥାଏ। ଶ୍ରୀ ରାଧାରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରିଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲହାର, ସୁବର୍ଣ୍ଣ ଅଅଁଳା ଫଳ ମାଳ ଏବଂ ପାଦରେ ନୂପୁର, ଘୁଙ୍ଗୁର, ବାଙ୍କି, ଝୁଣ୍ଟିଆ ଏବଂ ପାଦ ପଦ୍ମରେ ପାପଦ୍ମ ଶିକୁଳି ଶୋଭା ପାଏ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
