ଭୁବନେଶ୍ୱର୫/୧୧(ଓଡ଼ିଆ ନ୍ୟୁଜ): ଆଜି ହେଉଛି ପବିତ୍ର ଅଅଁଳା ନବମୀ । ଅଅଁଳା ନବମୀରେ ଶ୍ରୀରାଧା ପାଦ ପଦ୍ମ ଦର୍ଶନର ପରମ୍ପରା ରହିଛି। ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ଅଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ଦିନ ଶ୍ରୀ ରାଧାରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣିଆ କଚ୍ଛା ମାରିଥାନ୍ତି। କାଣିଆ କଚ୍ଛା ମାରିବା ଦ୍ବାରା ଠାକୁରାଣୀଙ୍କ ପାଦପଦ୍ମ ଉପରୁ ପିନ୍ଧା ବସ୍ତ୍ର ଉଠିକି ରହିଥାଏ। ଫଳରେ ଭକ୍ତମାନେ ଠାକୁରାଣୀଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଶ୍ରୀରାଧା ପଣତକାନୀରେ ଗୁଆ, ଅରୁଆ ଚାଉଳ ଓ ଦୁବ ବନ୍ଧା ଯାଇଥାଏ। ଏହା ସହ ପାଦରେ ଅଳତା, ଚକ୍ଷୁରେ କଜ୍ଵଳ ଓ ମୁଣ୍ଡରେ ସିନ୍ଦୂର ଲଗାଯାଇଥାଏ। ଶ୍ରୀ ରାଧାରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରିଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲହାର, ସୁବର୍ଣ୍ଣ ଅଅଁଳା ଫଳ ମାଳ ଏବଂ ପାଦରେ ନୂପୁର, ଘୁଙ୍ଗୁର, ବାଙ୍କି, ଝୁଣ୍ଟିଆ ଏବଂ ପାଦ ପଦ୍ମରେ ପାପଦ୍ମ ଶିକୁଳି ଶୋଭା ପାଏ।

Breaking
ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛିଗ୍ୟାସ ସିଲିଣ୍ଡର ଉପରେ ୨୦୦ ରିହାତି