ବିଜ୍ଞାନର ଦ୍ରୁତ ବିକାଶ ମନୁଷ୍ୟକୁ ବୋଧହୁଏ ଅତ୍ୟଧିକ ଆତ୍ମବିଶ୍ୱାସୀ କରିଦେଇଛି । ଏଥିପାଇଁ ପ୍ରକୃତିକୁ ଚ୍ୟାଲେଞ୍ଜ ଦେବାରେ ମଧ୍ୟ ସେମାନେ ପଛଘୁଂଚା ଦେଉ ନାହାନ୍ତି । ଏବେ ମୃତ୍ୟୁ ମଣିଷକୁ ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପ୍ରିୟଜନଙ୍କ ମୃତ୍ୟୁ ପରେ ଶବର ଅନ୍ତ୍ୟେଷ୍ଟି କ୍ରିୟା ନ କରି ଏହାକୁ ଅତ୍ୟାଧୁନିକ ଫ୍ରିଜରେ ସୁରକ୍ଷିତ ରଖାଯାଉଛି । କ୍ରାୟୋନିକ୍ସ ସାଇନ୍ସ ଏବଂ ଅତ୍ୟାଧୁନିକ ଡାକ୍ତରୀ ବିଜ୍ଞାନରେ ମୃତ ବ୍ୟକ୍ତି ବଂଚିବ ବୋଲି ସେମାନଙ୍କ ଆଶା ରହିଛି । ବର୍ତମାନ ବିଶ୍ୱରେ ୬୦୦ରୁ ଅଧିକ ଶରୀରକୁ ଫ୍ରିଜ କରିକି ରଖା ଯାଇଛି । କ୍ରାୟୋନିକ୍ସ ଟେକିନିକ ଅନୁସାରେ ଏମାନେ ମରି ନାହାନ୍ତି.. ବେହୋସ ଅଛନ୍ତି । ଆମେରିକା, ଅଷ୍ଟ୍ରେଲିଆ, ରୁଷ, ଭାରତ ସମେତ ଅନ୍ୟ ଦେଶମାନେ ଏ ନେଇ ଲ୍ୟାବ ମଧ୍ୟ ପ୍ରସ୍ତୁତ କରି ସାରିଲେଣି । ସମ୍ପୂର୍ଣ୍ଣ ଶରୀରକୁ ଫ୍ରିଜ କରି ରଖିବା ପାଇଁ ପ୍ରତ୍ୟେକ ବର୍ଷ ୫୦ ହଜାରରୁ ଅଧିକ ଅର୍ଥ ଖର୍ଚ୍ଚ ହେବ । ସେହିପରି କେବଳ ମସ୍ତିଷ୍କ ସୁରକ୍ଷିତ ରଖିବା ପାଇଁ ଓଭରାଲ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
ସତରେ କଣ ଏହା ସମ୍ଭବ: ମୃତ୍ୟୁ ମଣିଷ ଜୀବିତ ହେବା ତର୍କ ନେଇ ଏବେ ବିଶ୍ୱର ବୈଜ୍ଞାନିକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ଅଧିକାଂଶ ଏହାକୁ ଅସମ୍ଭବ ମନେ କରୁଥିବା ବେଳେ ଅନ୍ୟମାନେ ଏ ନେଇ ଆଶାୟୀ ଅଛନ୍ତି । ଆଗାମୀ ୫୦ରୁ ୧୦୦ ବର୍ଷ ମଧ୍ୟରେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରିବ । ଡାକ୍ତରୀ ବିଜ୍ଞାନ ଏହା ସମ୍ଭବ କରିବ ବୋଲି ସେମାନେ ଦୃଢ଼ ଆଶା ପୋଷଣ କରିଛନ୍ତି । ୨୦୧୬ରେ ଏକ ମୃତ ଠେକୁଆକୁ କ୍ରାୟୋନିକ୍ସ ଟେକିନିକରେ ରଖା ଯାଇଥିଲା । କିଛି ଦିନ ପରେ ଏହାର ମସ୍ତିଷ୍କ ଜୀବିତ ହୋଇଥିଲା ଓ କାର୍ଯ୍ୟ କରିଥିଲା । ତେବେ ଠେକୁଆ ଓ ମନୁଷ୍ୟ ମଧ୍ୟରେ ଆକାଶ ପାତଳ ଫରକ ରହିଛି
କ୍ରାୟୋନିକ୍ସ ପ୍ରିଜର୍ଭ ଜ୍ଞାନ କୌଶଳ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଜଣେ ମୃତ ବ୍ୟକ୍ତି ହୁଏତ ସମ୍ପୂର୍ଣ୍ଣ ଜୀବିତ ନ ହୋଇପାରେ କିନ୍ତୁ ତାର ମସ୍ତିଷ୍କ ଓ କିଛି ଅଙ୍ଗକୁ ଜୀବନ୍ତ କରାଯାଇପାରିବ । ୨୦୧୬ରେ ୟୁରୋପିଆନ ୟୁନିୟନ ପ୍ରମୁଖ ବୈଜ୍ଞାନିକ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଗବେଷଣା ଆରମ୍ଭ କରିଦେଇଛନ୍ତି । ଯଦି ମୃତ ବ୍ୟକ୍ତି କିଛି ମାତ୍ରାରେ ଜୀବିତ ହୁଏ ତାହାହେଲେ ସେମାନଙ୍କୁ ମହାକାଶକୁ ପଠାଇବା ନାସା ଉଦ୍ୟମ କରୁଛି ।
Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା