banner
Breaking

କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରିୟଭୂତ ହେଲେ କବିତା ମନ ଛୁଆଁ ହୋଇପାରିବ

କବି ଦୀପକ ମିଶ୍ରଙ୍କ କବିତା ପୁସ୍ତକ ଉତ୍ତପ୍ତ ଫୁଲ ଉନ୍ମୋଚିତ

1

ଭୁବନେଶ୍ୱର, : କବିତାର ଶିର୍ଷକ, ପଂକ୍ତି,ଛାନ୍ଦ, ସ୍ୱର ଓ ଭାବାବେଗ ପାଠକଙ୍କ ମନକୁ ଛୁଇଁବା ସହିତ ପାଠକ ଚୟନ କରେ । ଅକ୍ଷର ହେଉଛି ଜୀବନ୍ତ ଦେବତା ଯାହା ପାଠକଙ୍କ ଆଗରେ ନିଜର ସ୍ୱରୂପ ଉନ୍ମୋଚନ କରେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଗବତ ଗୀତା । ତେଣୁ କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରୀୟଭୂତ ହେଲେ କବିତାଟି ପାଠକଙ୍କ ମନକୁ ଛୁଇଁ ପାରିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି । ଆଜି ଶୈଳଶ୍ରୀବିହାର ସ୍ଥିତ ଏକ ଘରୋଇ ହୋଟେଲରେ ପୋଲିସ ବିଭାଗର ସ୍ୱତନ୍ତ୍ର ସଂସ୍ଥାର ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ, ବନଫୁଲ ପ୍ରକାଶନୀର ମୁଖ୍ୟ ପବିତ୍ର ବ୍ରହ୍ମପୂତ୍ର ନାୟକ ପ୍ରମୁଖ ଯୋଗଦେଇ କହିଥିଲେ ଏହି ପୁସ୍ତକଟି ବେଶ୍ ଜନାଦୃତ ଲାଭ କରିବ । ଏଥିରେ ସ୍ଥାନ ପାଇଥିବା କବିତା ଗୁଡିକ ଜଣେ ପୋଲିସ ଜୀବନରେ ଘଟିଥିବା ନିଚ୍ଛକ କାହାଣୀ ଉପରେ ରଚିତ ହୋଇଛି । କବିତା ଗୁଡିକ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇଛି । ଅତିଥି ମାନଙ୍କ ଦ୍ୱାରା କବି ଦୀପକ ମିଶ୍ରଙ୍କ ପ୍ରଥମ କବିତା ପୁସ୍ତକ ଉତପ୍ତ ଫୁଲ ଉନ୍ମୋଚିତ ହୋଇଥିଲା ।
ଶୁଭଦର୍ଶିନୀ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି ନିଆରା ଲୋକାର୍ପଣ ଉତ୍ସବରେ କବି ଦୀପକ ମିଶ୍ରଙ୍କ ସ୍କୁଲ, କଲେଜ ବେଳର ବନ୍ଧୁ , ବାନ୍ଧବୀ ମାନେ ଯୋଗଦାନ କରିଥିଲେ । ସାଙ୍ଗଙ୍କ ସମ୍ମୁଖରେ କବି ନିଜର କବିତା ଲେଖିବାର ଅନୁଭୂତି ବଖାଣୀ ନିଜର ମନକୁ ହାକୁକା କରିଥିଲେ । ଏହି ଅବସରରେ କବିଙ୍କ ସ୍କୁଲ ଶିକ୍ଷକ ନନ୍ଦ ସାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବୟତ୍ରୀ ଜାହ୍ନବୀ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲାବେଳେ ସାଇ ଅର୍ପିତା ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.