banner
Breaking

ଡମଣାରେ ଖୋଲିଲା ଡଲନ ବୁଟିକ୍ ସେଣ୍ଟର ଓ ସୋରୁମ୍

0

ଭୁବନେଶ୍ୱର, ଡମଣା ଛକରେ ଡଲନ ବୁଟିକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହାକୁ ସମାଜସେବୀ ଶାନ୍ତିଲତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସୋରୁମରେ କଷ୍ଟମାଇଜ୍ ଡିଜାଇନ୍ ସହିତ ଅନ୍ୟାନ୍ୟ ଡିଜାଇନ୍ ଉପଲବ୍ଧ ହେବ। କଲିକତାର ଅଭିଜ୍ଞ କାରିଗର ମାନଙ୍କ ଦ୍ବାରା ଉନ୍ନତ ମାନର ସିଲେଇ ସାଙ୍ଗକୁ ଜବରଦସ୍ତ ଫିଟିଙ୍ଗ କରାଯାଉଛି। ଯାହା ସମସ୍ତଙ୍କୁ ଆକର୍ଷିତ କରିବ। ଏଠାରେ ଶାଢ଼ୀ, ବ୍ଲାଉଜ, ଲେହେଙ୍ଗା, ବ୍ରାଇଡାଲ ଲେହେଙ୍ଗା, ଚୁଡିଦାର, ଡ୍ରେସ୍, ଜ୍ୟାକେଟ ଓ ପାର୍ଟି ଓ୍ବେର ଇତ୍ୟାଦିରେ ଅତି ନିଖୁଣ ଓ ସୁକ୍ଷ୍ମ କାମ କରାଯାଉଅଛି ବୋଲି ଡଲନର ମାଲିକ ଶୁଭଶ୍ରୀ ପରିଡ଼ା କହିଛନ୍ତି। ଗ୍ରାହକଙ୍କ ପାଇଁ ୫୦% ପର୍ଯ୍ୟନ୍ତ ରିହାତି ରହିଛି। ଆଜିର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.