ମେଷ: ମାନସିକ ସ୍ତରରେ ବ୍ୟସ୍ତତା ବଢ଼ିବ। କ୍ରୋଧିତ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।
ବୃଷ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। ନାନା ଶାସ୍ତ୍ର ଅଧ୍ୟୟନରେ ରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ନୂତନ ସଂପର୍କ ସୃଷ୍ଟି କରିପାରନ୍ତି। କଳହ ଠାରୁ ଦୂରେଇ ରହିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ପରିଶ୍ରମ ପଡ଼ିଲେ ବି ତାର ମୂଲ୍ୟ ମିଳିବ। ଶତ୍ରୁ ବିଜୟୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ। କୀର୍ତ୍ତିମାନ୍ ହେବେ।
କର୍କଟ: ଯାନବାହନ କିଣିବାର ସୁଯୋଗ ଅଛି। ଅନେକ କ୍ଷେତ୍ରରେ ସମ୍ମାନିତ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର େସୗଭାଗ୍ୟ ଅଛି। ଅଶାନ୍ତି ପ୍ରଶମିତ ହୋଇପାରେ। ସରକାରୀସ୍ତରରୁ ଲାଭ ଉଠାଇ ପାରନ୍ତି।
ସିଂହ: ଯାତ୍ରାକାଳୀନ ସାବଧାନତା ଏକାନ୍ତ ଲୋଡ଼ା। ତରବର ନ ହୋଇ ଅପେକ୍ଷାରତ ହେଲେ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ।
କନ୍ୟା: ପୂର୍ବରୁ ଅର୍ଜନ କରିଥିବା ଅଭିଜ୍ଞତା କାର୍ଯ୍ୟରେ ଲଗାଇ ପାରନ୍ତି। ଧନବାନ୍ ହେବେ। ଅପାରଗୁଣର ଅଧିକାରୀ ହୋଇପରନ୍ତି। ଉପାର୍ଜନ ଊଣା ହେବ ନାହିଁ। ଶକ୍ତିମାନ ହୋଇପାରନ୍ତି। ଉତ୍ତମ ଭୋଜନରେ ଅପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ନିଜକୁ ନିଜେ ସାନ୍ତ୍ୱନା ଦେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବତା ରକ୍ଷା କରିବା ସବୁଠୁ ଭଲ। କିନ୍ତୁ ବନ୍ଧୁ ବିରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭ୍ରାତୃଭାବ ଅତୁଟ ରହିବ।
ବିଛା: ମାନସିକ ଅଶାନ୍ତିର ଅବସାନ ଘଟିବ। ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: ଭାଇମାନଙ୍କ ମଧ୍ୟରେ ସ୍ନେହ ସଂପର୍କ ବଢ଼ିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ବିବାଦରେ ବିଜୟୀ ହେବେ।
ମକର: ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସୁସଂପର୍କ ବୃଦ୍ଧି ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ଦେବ ଦର୍ଶନ ଲାଭ କରିପାରନ୍ତି। ଅଶାନ୍ତି ଉପଶମ ହେବ। ସରକାରୀସ୍ତରରୁ ଲାଭ ଉଠାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ବିଦ୍ୟାର୍ଥୀମାନେ ଯଶସ୍ୱୀ ହେବେ। ପରୋପକାରୀ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପୂର୍ବାହ୍ଣ ସାଢ଼େ ୯ଟା ମଧ୍ୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାରେ ଅଭିବୃଦ୍ଧି ଘଟିବ।
ମୀନ: ପାରିବାରିକ ଅଶାନ୍ତି ଦୂର ହେବ। ସୁଖୀ ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
