banner
Breaking

ଆଇନ ସଚେତନତା ଶିବିର ଅନୁଷ୍ଠିତ।

0

ଭୁବନେଶ୍ୱର,୨୦/୧୨(ଓଡ଼ିଆ ନ୍ୟୁଜ): ଓଡ଼ିଶାର ସ୍ବେଚ୍ଛାସେବୀ ଅନୁଷ୍ଠାନ ମମ୍,ବଚପନ ବଚାଓ ଆନ୍ଦୋଳନ, ଚାଇଲ୍ଡ ଲାଇନ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ମିଳିତ ଆନୁକୂଲ୍ୟରେ ଭିଏସ ଏସ ନଗର ସ୍ଥିତ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିର ଠାରେ ପିଲାମାନଙ୍କ ସୁରକ୍ଷା ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମମର ଅଧ୍ୟକ୍ଷା ସୁଜାତା ନାଯକ,ବଚପନ ବଚାଓ ଆନ୍ଦୋଳନର ରାଜ୍ୟ ସ°ଯୋଜକ ସତ୍ୟନାରାୟଣ ବିଶ୍ବାଳ, ଚାଇଲ୍ଡ ଲାଇନ ଖୋର୍ଦ୍ଧାର ଜିଲ୍ଲା ସ°ଯୋଜକ ରୁଲିନା ପାତ୍ର, ଆଇନ ପ୍ରଧିକରଣର ଭଜନୀ ପଣ୍ଡା,ଶିକ୍ଷାବିତ ମଧୁସ୍ମିତା ଜେନା,ମଧୁସ୍ମିତା ନାୟକ, ବିଦ୍ୟାମନ୍ଦିରର ସମ୍ପାଦକ ଓ ପ୍ରଧାନ ଶିକ୍ଷକ ପ୍ରମୁଖ ଅଂଶ ଗ୍ରହଣ କରି ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଆଲୋଚନା କରିବା ସହିତ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ର ଦଶଜଣ ଶିକ୍ଷକଙ୍କ ସହିତ ତିନିଶହରୁ ଉର୍ଦ୍ଧ ପିଲା ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.