ମେଷ: ଚନ୍ଦ୍ରଙ୍କ ପ୍ରଭାବରେ କେତେକ ବିଷୟକୁ ନେଇ ଚିନ୍ତା ରହିବ। ବ୍ୟବସାୟରେ ଅର୍ଥ ବିନିଯୋଗ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ି ଚାଲିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦୀର୍ଘଦିନର ଆଶାପୂରଣ ହୋଇପାରେ। ଅର୍ଥ ମିଳିବ। ସୌଭାଗ୍ୟ ଉଦୟ ହେବ।
ବୃଷ: ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ମନରେ ଦୁଶ୍ଚିନ୍ତା ଜାତ ହୋଇପାରେ। କାର୍ୟ୍ୟରେ ବାଧାବିଘ୍ନ ଦେଖାଦେବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଭାବରେ ପଞ୍ଚଗ୍ରହକୂଟ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ।
ମିଥୁନ: ଷଷ୍ଠ ଚନ୍ଦ୍ର ହେତୁ ଦୁସାହସିକ କର୍ମ କରିବେ। ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ସମ୍ମାନିତ ହେବେ। ବନ୍ଧୁ ମିଳନ ଘଟିବ। ଚେଷ୍ଟା ସଫଳ ହେବ।
କର୍କଟ: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ନିରବ ଚିନ୍ତକ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସର୍ବସୁଖ ଲାଭ କରିପାରନ୍ତି। ସତ୍ୟାନୁରକ୍ତ ହୋଇପାରନ୍ତି। ପଦ-ପଦବୀ ଲାଭ କରିବେ। ଶାଳୀନତା ହେବେ। ବ୍ରହ୍ମ ଉପାସକ ହୋଇପାରନ୍ତି।
ସିଂହ: ନିଷ୍ଠାପର ଭାବେ ବିହିତ କାର୍ୟ୍ୟ କରି ପ୍ରଶଂସା ଲାଭ କରିବେ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଶାସ୍ତ୍ର ପ୍ରଣେତା ହୋଇପାରନ୍ତି। ଧନ ଅର୍ଜନ କରି ପରମାନନ୍ଦ ଲାଭ କରିପାରନ୍ତି। ଧନ୍ୟାନ୍ୱିତ ହେବେ। ବହୁ ଶୁଭଫଳ ଆଶାକରାଯାଏ।
କନ୍ୟା: ସାମାଜିକ ସଂପର୍କ ବୃଦ୍ଧି ପାଇବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ସମ୍ମାନ, ଧନ, ଯାନ, ବାହନାଦିର ସୁଖ ଭୋଗ କରିବେ। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦର ଅଧିକାରୀ ହୋଇପାରନ୍ତି। ଗୃହ ପରିବେଶ ସ୍ୱାସ୍ଥ୍ୟଜନକ ହେବ। ସୁଖୀ ହେବେ।
ତୁଳା: ଶୁଭବାର୍ତ୍ତା ମିଳିପାରେ। ଦୃଢ଼ ମନୋବଳ ନେଇ କାର୍ୟ୍ୟ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ….କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ନିର୍ବାଚନରେ ଲୋକପ୍ରିୟ ହୋଇପାରନ୍ତି।
ବିଛା: ଆଶାବାଦୀ ହୋଇପାରନ୍ତି। ଧନାଗମ ହେବାର ସୁଯୋଗ ଅଛି। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଆଦର୍ଶବାଦୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଜନ ସମର୍ଥନ ମିଳିବ। ପ୍ରୀତି ଭୋଜନ ମିଳିବ। ବନ୍ଧୁ ସହାୟତା ପାଇବେ। ଚିନ୍ତାଧାରା ମହତ ହେବ।
ଧନୁ: ପରୋପକାରୀ ହେବେ। ବହୁଜନ ହିତାୟ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ। ଆତ୍ମତୃପ୍ତି ମିଳିବ।
ମକର: ଗୃହରେ ଅଶାନ୍ତି ଉପୁଜିଲେ ବି ନିଜ ଗୁଣରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ମଧୁର ବଚନଯୁକ୍ତ ହୋଇପାରନ୍ତି।
କୁମ୍ଭ: ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ। ସୁଖ-ସମାନ ଲାଭ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୀର୍ତ୍ତିମାନ୍ ହେବେ। ଭୋଗ-ବିଳାସ କରିପାରନ୍ତି। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ମନପ୍ରସନ୍ନ ରହିବ।
ମୀନ: ଭବିଷ୍ୟତର କାର୍ୟ୍ୟପନ୍ଥା ସ୍ଥିର କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଯେତେ ଯାହା ସମସ୍ୟା ଥାଇ ମଧ୍ୟ ସଫଳତା ପୂର୍ବକ କାର୍ୟ୍ୟ ହାସଲ କରିବେ। କୀର୍ତ୍ତି, ସତ୍ତ୍ୱ୍ୱ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
