banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

୨୬ ନଭେମ୍ବର ୨୦୧୯

0

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଲାଭବାନ୍‌ ହେବେ। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସୁଖ ମିଳିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଉପୁଜି ପାରେ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ପରିମାଣର ଅର୍ଥ ପ୍ରାପ୍ତ ହେବେ। ବନ୍ଧୁ ସୁଖ ପାଇ ଉତ୍‌ଫୁଲ୍ଲିତ ହେବେ। ଯଶ ଅର୍ଜନ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ପାଇବେ। ବିବାହ ସ୍ଥିର ହେବ। କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ। ବନ୍ଧୁ ମିଳନ ଘଟିପାରେ। ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କଳହଠାରୁ ଦୂରେଇ ରହିବା ଉଚିତ।
କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ। ସର୍ବ ସୁଖ ଲାଭ କରିପାରନ୍ତି। ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ।
ସିଂହ: ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଉଚ୍ଚ ମହଲରେ ସ୍ଥାନିତ ହେବେ। ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଆଶାକରାଯାଏ। ଆଶାପୂରଣ ହେବ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ମଘା ଓ ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଫଳ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ନିଷ୍ଠାବନ୍‌ ହୋଇ କାର୍ଯ୍ୟକୁ ଆଗେଇ ନେବେ। ଅର୍ଥ ଚିନ୍ତା ଦ୍ବର ହେବ। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ସତ୍‌ସଙ୍ଗୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।
ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ। ଗୃହକାର୍ଯ୍ୟକୁ ତ୍ବରାନ୍ବିତ କରିବେ। ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଚିତ୍ର ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।
ବିଛା: ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ। ବ୍ୟୟ ବୃଦ୍ଧି ଘଟିପାରେ। ସତ୍‌କର୍ମରେ ବ୍ୟୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସର୍ବ କୁଶଳ ଆଶା କରାଯାଏ। ଉତ୍ସାହିତ ହୋଇ କାର୍ଯ୍ୟ କରିବେ। ଶାନ୍ତି ଓ ସନ୍ତୋଷ ଲାଭ କରିବେ। ଲୋକପ୍ରିୟତା ବୃଦ୍ଧି ହେବ। ସରକାରୀ ଧନ ମିଳିବ। ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ସମାଜସେବୀ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ମାନ୍ୟତା ପ୍ରାପ୍ତ ହେବେ। ଯଶ ଅର୍ଜନ କରିପାରନ୍ତି। ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ପତ୍ନୀଙ୍କର ଇଙ୍ଗିତରେ ଚଳିବେ।
ମୀନ: ଉତ୍ତର ଭାଦ୍ରପଦ ଓ ରେବତୀର ନକ୍ଷତ୍ର ଜାତବ୍ୟକ୍ତି ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଶୁଭଫଳ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦରେ ବିଜୟୀ ହେବେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭ।

Khansweb Solution Bhubaneswar

Leave A Reply

Your email address will not be published.