banner
Breaking

ଅପ୍ରାକୃତିକ ଯୌନ କ୍ରୀଡା କଲେ କର୍ମଚାରୀ।

0

ଖୋର୍ଦ୍ଧା : ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା ଓ ମା’କୁ ବଳାତ୍କାର କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର ପରେ ସୁରେନ୍ଦ୍ରଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ସୁରେନ୍ଦ୍ରଙ୍କର ଘର ପୁରୀ ଜିଲା ଡେଲାଙ୍ଗ ଥାନା ବେରବୋଇ ଗ୍ରାମରେ। ସୁରେନ୍ଦ୍ର ନୟାଗଡ଼ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟେନୋ ଭାବେ ଚାକିରି କରି ଖୋର୍ଦ୍ଧା ଆଦର୍ଶ ଥାନା ବିଡ଼ିଏ କଲୋନୀଠାରେ ଏକ ସରକାରୀ ଜମିରେ ଘର କରି ରହୁଥିଲେ। ନୟାଗଡ ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଘରେ ରଖି ଘର କାମ କରାଉଥିଲେ। ଉକ୍ତ ମହିଳାଙ୍କର ଏକ ୭ବର୍ଷର ପୁଅ ଅଛି। ମା’ଙ୍କୁ ବଳାତ୍କାର, ନାବାଳକ ପୁଅଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଇପିସି ଦଫା ୩୭୬, ୩୭୭, ୩୧୨, ୨୯୪, ୫୦୬, ୩୨୩, ୩୭୭ରେ ନଂ. ୪୨୦/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା।

Khansweb Solution Bhubaneswar

Leave A Reply

Your email address will not be published.