ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।
ମେଷ:-ଆଜି ଆପଣଙ୍କ ବିଚାରଧାରା ଓ ନିଷ୍ପତ୍ତି ଠିକ୍ ରହି ନ ପାରେ । ପରିବାରରେ ସନ୍ତାନମାନଙ୍କ ଶିକ୍ଷା,ସ୍ବାସ୍ଥ୍ୟ ଓ ସମସ୍ୟା ବିଷୟ ନେଇ ମାନସିକ ସ୍ତରରେ ବିଚଳିତ ରହିବେ । ତଥାପି କର୍ମକ୍ଷେତ୍ରରେ ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ ।
ବୃଷ:-ଆଜି ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମାନସିକ ସ୍ଥିତି ଭଲ ରହିବନାହିଁ । ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ଝମେଲା ଲାଗି ରହିବ । ଅବଶ୍ୟ ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
ମିଥୁନ:-ଆଜି ଘାତବାର କାରଣରୁ ବାରାଧିପ ସ୍ବରାଶିରେ ସ୍ବାସ୍ଥ୍ୟହାନିର କାରଣ ହୋଇପାରନ୍ତି । ତଥାପି ମୃଗଶିରା ନକ୍ଷତ୍ରର ସାମୟିକ ଅସୁବିଧା ମଧ୍ୟରେ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କର କଥାକୁ ଠିକ୍ ଭାବେ ବୁଝି ପାରିବେ ନାହିଁ, ଫଳରେ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି ।
କର୍କଟ:-ଆଜି ଆପଣ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆପଣେଇ ନେଇ କାମ ହାସଲ କରିପାରିବେ । କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କାମ ସ୍ଥଗିତ ରହିବ ନାହିଁ ।
ସି˚ହ:-ଆଜି ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତରର ଆଶଙ୍କା ରହିଛି । ପରିସ୍ଥିତି ବିଶେଷ ଭଲ ନ ହେଲେ ମଧ୍ୟ ମନ୍ଦ ହେବନି । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ କିମ୍ବା ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ । କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ
କନ୍ୟା:-ଆଜି ସତ୍ସଙ୍ଗ, ଧାର୍ମିକ ବାତାବରଣ, ସାଂଗଠନିକ କାର୍ଯ୍ୟ କିମ୍ବା ସାମୂହିକ କାମରେ ତପତ୍ରତା ପ୍ରକାଶ କରିବେ । ତଥାପି କୌଣସି ଦୁଷ୍ଟଲୋକଙ୍କ କଥାରେ ପଡି ଭୁଲ୍ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡିପାରେ । କାମରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ ।
ତୁଳା:-ଆଜି ଆବଶ୍ୟକ ସମୟରେ କୌଣସି ମୂଲ୍ୟବାନ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ରାଗିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ଆଶାନୁରୂପ ସଫଳତା ପାଇବେ ।
ବିଛା:-ଆଜି ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଅଶାନ୍ତିର କାରଣ ପାଲଟିଯିବ । କ୍ରୋଧର ବଶବର୍ତ୍ତୀ ହୋଇ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି ।
ଧନୁ:-ଆଜି ଉପୁଜିଥିବା ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ପାଖ ପଡୋଶୀମାନଙ୍କ ସହାୟତାରେ ସାୟାହ୍ନେ ଅର୍ଥ ଓ ସମ୍ମାନ ଲାଭ ହୋଇପାରେ । ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢାଇ ଦେଇପାରନ୍ତି । ବନ୍ଧୁଙ୍କ ନିକଟରେ ଦୀର୍ଘଦିନରୁ ବାକି ରହି ଆସିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ ।
ମକର:-ଆଜି ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । କିଛି କହିବା ଅପେକ୍ଷା ନୀରବତା ଅବଲମ୍ବନ କରି ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରିବା ଭଲ ହେବ । ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି ।
କୁମ୍ଭ:-ଦୀର୍ଘଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ । ବନ୍ଧୁ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିର୍ମାଣ କାର୍ଯ୍ୟ କିମ୍ବା ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ ।
ମୀନ:-ଆପଣଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ କାମ ସକାଶେ ବ୍ୟସ୍ତ ରହିଥିବା ସମୟରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇପାରେ । ଫଳତଃ ଅଟକି ରହିଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ । ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ ।