banner
Breaking

ସବୁଜ ଓଡିଶା ଉପରେ ସିଆଇଆଇ ପକ୍ଷରୁ ୱେବିନାର

0

ଭୁବନେଶ୍ୱର,୨୦/୬(ଓଡ଼ିଆ ନ୍ୟୁଜ): କୋଭିଡ୍ ବର୍ତମାନ ଯେପରିଭାବେ ବଢିଚାଲିଛି ତାର ମୁକାବିଲା ନିମନ୍ତେ ସାରା ବିଶ୍ୱ ଚେଷ୍ଟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ କନଫେରେଡେସନ୍ ଅଫ୍ ଇିଆନ୍ ଇଷ୍ଟ୍ରିଜ୍ ଭୁବନେଶ୍ୱର ଚାପ୍ଟର, ଉଚ୍ଚ ପ୍ରଶାସନିକ ଅଧିକାରୀ, ନବୀକରଣୀୟ ଶକ୍ତି ଶିଳ୍ପ ଜଗତର ବକ୍ତାଗଣ, ଟାଉନ୍ ପ୍ଲାନର ଓ ଗ୍ରୀନ୍ ବିଲ୍ଡିଂ ଏକ୍ସପର୍ଟଙ୍କ ଉପସ୍ଥିତିରେ ଗ୍ରୀନ୍ ଓଡିଶା, ରିନ୍ୟେବଲ୍ ପରଚେଜ୍ ଓବ୍ଲିଗେସନ୍ ଶୀର୍ଷକ ଏକ ଆଲୋଚନା ଚକ୍ରର ଆୟୋଜନ କରିଥିଲେ ।
ଏହି ଆଲୋଚନାଚକ୍ରକୁ ସିଆଇଆଇ ଓଡିଶା ଷ୍ଟେଟ୍ କାଉନ୍‌ସିଲ୍‌ର ଚେୟାରମ୍ୟାନ୍ ତଥା ଟାଟା ଷ୍ଟିଲ୍ ଲିମିଟେଡ୍‌(କେପିଓ) ଉପସଭାପତି ରାଜୀବ କୁମାର ଆନୁଷଙ୍ଗିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ଏହି ସେସନକୁ ସିଆଇଆଇ ସୋରାବ୍‌ଜି ଗୋଦରେଜ୍ ଗ୍ରୀନ୍ ବିଜିନେସ୍ ସେଣ୍ଟରର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର କେ.ଏସ୍‌. ଭେଙ୍କଟଗିରି ପରିଚାଳନା କରିଥିଲେ ।
ଏହି ୱେବିନାର ଆଲୋଚନା ଚକ୍ରରେ ଓଡିଶା ସରକାରଙ୍କ ଗୃହ, ଶକ୍ତି, ଶିଳ୍ପ ଓ ଏମଏସଏମ୍‌ଇ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୃଷି ଓ କୃଷକ କଲ୍ୟାଣ ବିଭାଗୀୟ ମୁଖ୍ୟ ସଚିବ ତଥା ଗ୍ରୀଡ୍‌କୋ, ଓପିଟିସିଏଲ୍ ର ସିଏମ୍‌ଡି ଡ଼ ସୌରଭ ଗର୍ଗ, କେନ୍ଦ୍ର ସରକାରଙ୍କ ନ୍ୟୁ ଏବଂ ରିନ୍ୟେବଲ ଏନର୍ଜି ବିଭାଗର ଯୁଗ୍ମ ସଚିବ ଦିନେଶ ଡି ଜଗଦେଲ ଆଦି ଅଂଶଗ୍ରହଣ କରିଥିଲେ ।
ଆମର ପରିବେଶ ସୁରକ୍ଷାରେ ନବୀକରଣୀୟ ଶକ୍ତି ମହତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆଲୋଚନା ହୋଇଥିବା ଏହି ସେସନରେ ସିଆଇଆଇ ଇିଆନ୍ ଗ୍ରୀନ୍ ବିଲ୍ଡିଂ କାଉନିଲ ଭୁବନେଶ୍ୱର ଚାପ୍ଟରର ଚେୟାରମ୍ୟାନ୍ ତଥା ଏସ୍‌.ଜେ. ଡେଭଲପରସ୍‌ର ନିର୍ଦ୍ଦେଶକ ମନୋଜ କର ଧନ୍ୟବାଦ ଅର୍ପଣ କରିଥିଲେ ।
ପରବର୍ତୀ ସେସନରେ କିପରି ଭାବେ ରିନ୍ୟେବଲ ଏନର୍ଜିକୁ ଗ୍ରହଣ କରି ରାଜ୍ୟର ରିନ୍ୟେବଲ ପରଚେଜ୍ ଓବ୍ଳିଗେସନର ନିଜର ପ୍ରତିଶୃତି ଲକ୍ଷ୍ୟ ହାସଲ କରିବା ସହ ଅନ୍ୟ ସମସ୍ତଙ୍କ ପାଇଁ ଓଡିଶା ଏକ ଉଦାହରଣ ସୃଷ୍ଟି କରିବା ଉପରେ ଜୋର ଦେଉଥିଲେ ଅଂଶଗ୍ରହଣକାରୀ ବକ୍ତାଗଣ ।
ରିନ୍ୟେବଲ ଏନ୍ଟରପ୍ରିନେୁ୍ୟରସିପ୍‌ର ବିକେନ୍ଦ୍ରୀକରଣ କରିବା ଉପରେ ଜୋର ଦିଆଯାଇଥିଲା । ଏହି ୱେବିନାର ମାଧ୍ୟମରେ ସିଆଇଆଇ ଓଡିଶା ପୂର୍ବଭାରତର ୫ଟି ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ, ବିହାର ଆଦିର ଦର୍ଶମମାନଙ୍କ ପାଖରେ ପହଂଚିପାରିଛି ।

Khansweb Solution Bhubaneswar

Leave A Reply

Your email address will not be published.