banner
Breaking

ସହୀଦ ଯବାନଙ୍କ ପିଲାମାନଙ୍କୁ ପାଠ ପଢାଇବେ ଅଚ୍ୟୁତ ସାମନ୍ତ।

0

ଭୁବନେଶ୍ବର,୨୦/୬(ଓଡ଼ିଆ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଲଦାଖର ଗାଲଓ୍ବାନା ଠାରେ ହୋଇଥିବା ସଂଘର୍ଷରେ ଆମ ଦେଶର ୨୦ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡିଶା ମାଟିର ଦୁଇ ଜଣ ବୀର ଯବାନ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।
ସେମାନଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଲାମୀ ଦିଆଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ଲୋକଙ୍କ ସେବା ପାଇଁ ନଜକୁ ଉତ୍ସର୍ଗ କରିଥିବା ଶ୍ରୀଯୁକ୍ତ ସାମନ୍ତ କହିଥିଲେ ଓଡିଆ ମାଟି ମାର ଏହି ସୁଯୋଗ୍ୟ ବୀର ସନ୍ତାନ ଦ୍ବୟ ଆମର ଗର୍ଵ ଓ ଗୌରବ ତାଙ୍କୁ କୋଟି କୋଟି ପ୍ରଣାମ। ଯବାନଙ୍କ ପରିବାର ସମସ୍ତ ପିଲାମାନଙ୍କ ଶିକ୍ଷା ଦାୟିତ୍ବ ମୁଁ ବହନ କରିବି । ସମସ୍ତ ପିଲାଙ୍କୁ କିଟ୍‌ ଓ କିସରେ ମାଗଣ ଶିକ୍ଷାଦାନ ପାଇଁ ମୁଁ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଛି । ଶ୍ରୀଯୁକ୍ତ ସାମନ୍ତଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶ°ସା କରିଛନ୍ତି।

ଏହି ଦୁଇ ଶହୀଦଙ୍କ ପରିବାରର ପିଲାମାନଙ୍କ ପାଠ ପଢା ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅତ୍ୟୁତ ସାମନ୍ତ ।ସାମନ୍ତ

Khansweb Solution Bhubaneswar

Leave A Reply

Your email address will not be published.