ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଅନେକ ପ୍ରବାସୀ ଓଡିଆ ଜୀବିକା ହରାଇ ରାଜ୍ୟକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କର୍ମସଂସ୍ଥାନ ସନ୍ଧାନରେ ପୁନର୍ବାର ଯିବା ନିମନ୍ତେ ଯୋଜନା କଲେଣି । ତେଣୁ ଏହି ଭଳି ପ୍ରବାସୀ କୁଶଳୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ଓଡିଶାର ସାଂସଦ (ରାଜ୍ୟସଭା) ଡଃ ଅମର ପନାୟକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ମର୍ମରେ ଡଃ ପନାୟକ ବିଗତ ଦୁଇ ସପ୍ତାହ ମଧ୍ୟରେ ଅନ୍ୟ ରାଜ୍ୟମାନଙ୍କରେ ବିଭିନ୍ନ ଓଡିଆ ସଂଗଠନ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ସଂଗଠନଗୁଡିକୁ କର୍ମ ସନ୍ଧାନରେ ଥିବା ଲୋକମାନଙ୍କର ସବିଶେଷ ତଥ୍ୟ ଯେପରିକି, ନାମ, ଠିକଣା, ଯୋଗାଯୋଗ ନଂ ସେମାନେ କେଉଁ କାର୍ଯ୍ୟରେ କୁଶଳୀ ଆଦି ନେବା ପାଇଁ କହିଛନ୍ତି । ଏହୀ ସମସ୍ତ ତଥ୍ୟ ଏଥିପାଇଁ ଉଦ୍ଧିଷ୍ଟ ଅନଲାଇନ ପ୍ଲାଟଫର୍ମରେ ଅପଲୋଡ କରାଯିବ । ପ୍ରଥମ ପର୍ଯ୍ୟାୟରେ ଓଡିଶାର ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମସ୍ତ ଶ୍ରମିକ ଏଲ ଆଣ୍ଡ ଟିରଏକ ପ୍ରତିରକ୍ଷା ପ୍ରକଳ୍ପରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ।
ଏହି ଅଭିଯାନ ସଂପର୍କରେ ଡ଼ ପନାୟକ କହିଲେ, ଯେହେତୁ ଏହା ଏକ ଜାତୀୟ ପ୍ଲାଟଫର୍ମ ଏବଂ ସାରା ଭାରତର କୁଶଳୀ ଶ୍ରମିକମାନେ ଆବେଦନ କରିବେ । ତେଣୁ ଆମକୁ ଖୁବଶୀଘ୍ର କାର୍ଯ୍ୟ କରିବାକୁ ପଡିବ ।
ଇଚ୍ଛୁକ ପ୍ରବାସୀ ଓଡିଆମାନେ ନିଜର ନାମ, ଠିକଣା, ବ୍ଲକ, ପଂଚାୟତ, ଜିଲ୍ଲା, ଯୋଗଯୋଗ ନଂ ସହ ସମସ୍ତ ତଥ୍ୟ amar4odisha+jobs4migrants@gmail.com କୁ ଯଥାଶୀଘ୍ର ପଠାଇବାକୁ କୁହାଯାଇଛି । ଇଚ୍ଛୁକ ପ୍ରବାସୀ ଓଡିଆ ନିଜନିଜ ନିର୍ବାଚନ ମଳୀ ଅନ୍ତର୍ଗତ ବିଜେଡି ଆଇଟଇ କୋଡିନେଟର ସହ ଯୋଗାଯୋଗ କରିପାରିବେ ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
