banner
Breaking

ପ୍ରବାସୀ ଓଡିଆ କୁଶଳୀ ଶ୍ରମିକଙ୍କ କର୍ମନିଯୁକ୍ତି ଦେବା ପାଇଁ ସାଂସଦ ଅମର ପନାୟକଙ୍କ ପ୍ରୟାସ।

0

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଅନେକ ପ୍ରବାସୀ ଓଡିଆ ଜୀବିକା ହରାଇ ରାଜ୍ୟକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କର୍ମସଂସ୍ଥାନ ସନ୍ଧାନରେ ପୁନର୍ବାର ଯିବା ନିମନ୍ତେ ଯୋଜନା କଲେଣି । ତେଣୁ ଏହି ଭଳି ପ୍ରବାସୀ କୁଶଳୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ଓଡିଶାର ସାଂସଦ (ରାଜ୍ୟସଭା) ଡଃ ଅମର ପନାୟକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ମର୍ମରେ ଡଃ ପନାୟକ ବିଗତ ଦୁଇ ସପ୍ତାହ ମଧ୍ୟରେ ଅନ୍ୟ ରାଜ୍ୟମାନଙ୍କରେ ବିଭିନ୍ନ ଓଡିଆ ସଂଗଠନ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ସଂଗଠନଗୁଡିକୁ କର୍ମ ସନ୍ଧାନରେ ଥିବା ଲୋକମାନଙ୍କର ସବିଶେଷ ତଥ୍ୟ ଯେପରିକି, ନାମ, ଠିକଣା, ଯୋଗାଯୋଗ ନଂ ସେମାନେ କେଉଁ କାର୍ଯ୍ୟରେ କୁଶଳୀ ଆଦି ନେବା ପାଇଁ କହିଛନ୍ତି । ଏହୀ ସମସ୍ତ ତଥ୍ୟ ଏଥିପାଇଁ ଉଦ୍ଧିଷ୍ଟ ଅନଲାଇନ ପ୍ଲାଟଫର୍ମରେ ଅପଲୋଡ କରାଯିବ । ପ୍ରଥମ ପର୍ଯ୍ୟାୟରେ ଓଡିଶାର ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମସ୍ତ ଶ୍ରମିକ ଏଲ ଆଣ୍ଡ ଟିରଏକ ପ୍ରତିରକ୍ଷା ପ୍ରକଳ୍ପରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ।
ଏହି ଅଭିଯାନ ସଂପର୍କରେ ଡ଼ ପନାୟକ କହିଲେ, ଯେହେତୁ ଏହା ଏକ ଜାତୀୟ ପ୍ଲାଟଫର୍ମ ଏବଂ ସାରା ଭାରତର କୁଶଳୀ ଶ୍ରମିକମାନେ ଆବେଦନ କରିବେ । ତେଣୁ ଆମକୁ ଖୁବଶୀଘ୍ର କାର୍ଯ୍ୟ କରିବାକୁ ପଡିବ ।
ଇଚ୍ଛୁକ ପ୍ରବାସୀ ଓଡିଆମାନେ ନିଜର ନାମ, ଠିକଣା, ବ୍ଲକ, ପଂଚାୟତ, ଜିଲ୍ଲା, ଯୋଗଯୋଗ ନଂ ସହ ସମସ୍ତ ତଥ୍ୟ amar4odisha+jobs4migrants@gmail.com କୁ ଯଥାଶୀଘ୍ର ପଠାଇବାକୁ କୁହାଯାଇଛି । ଇଚ୍ଛୁକ ପ୍ରବାସୀ ଓଡିଆ ନିଜନିଜ ନିର୍ବାଚନ ମଳୀ ଅନ୍ତର୍ଗତ ବିଜେଡି ଆଇଟଇ କୋଡିନେଟର ସହ ଯୋଗାଯୋଗ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.