banner
Breaking

ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି ।

0

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ସାରା ବିଶ୍ୱରେ ଏକ ଅଦ୍ଭୁତ ଉତ୍ସାହ ଉଦ୍ଦୀପନା ଅନୁଭୂତ ହେଉଥିବାବେଳେ ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ମଠ ମନ୍ଦିର ତଥା ସାଂସ୍କୃତିକ ଧାର୍ମିକ ତୀର୍ଥସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି ।

ଏହି କ୍ରମରେ ଅଗ୍ରଣୀ ସାମାଜିକ ସଂଗଠନ କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ସିଦ୍ଧ ହନୁମାନ ପୀଠ ଜଙ୍ଗଲୀ ମହାବୀରଙ୍କ ମନ୍ଦିର ପରିସରରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଅଯୋଧ୍ୟା ଉଦ୍ଦେଶ୍ୟରେ ପ୍ରେରିତ କରାଯାଇଛି । ସନାତନ ଧର୍ମର ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଧାର୍ମିକ ସ୍ଥଳ ଏବଂ ସାଂସ୍କୃତିକ ଐତିହ୍ୟକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ ସଙ୍ଗଠନ ସମ୍ପାଦକ ଜଗତଜୀବନ ଜେନା କହିଛନ୍ତି । ସାଧକ ସୀତାରାମ ଶତପଥୀ ବିଧିପୂର୍ବକ ପୃଥିବୀ ପୂଜନ କରି ଯଜ୍ଞଶାଳା ନିକଟରୁ ପବିତ୍ର ମାଟି ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୁଦ୍ରନାରାୟଣ ଶତପଥୀ, ଆଡଭୋକେଟ ଦେବାଶିଷ ମିଶ୍ର, ଯୁବଦ୍ୟୋଗୀ ଜ୍ୟୋତି ରଞ୍ଜନ , ଯୋଗାଚାର୍ଯ୍ୟ କାଶୀ ବିଶ୍ୱନାଥ, ଦୀନବନ୍ଧୁ ଷଡ଼ଙ୍ଗୀ, ରଣଜିତ ଧଳ, ସୁଭାଷ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.