banner
Breaking

ରାଜ୍ୟରେ ଆଜି ପୁଣି ୧୬୦୨ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର ,୧/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୨୯ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯୭, ବରଗଡ଼୧୩, ଭଦ୍ରକ ୨୦, ବଲାଙ୍ଗୀର ୩୮, ବୌଦ୍ଧ ୯, କଟକ ୫୪, ଢେଙ୍କାନାଳ ୪୯, ଗଜପତି ୧୦୮, ଗଞ୍ଜାମ ୩୦୮, ଜଗତସିଂହପୁର ୧୯, ଯାଜପୁର ୪୪,ଝାରସୁଗଡା ୭, କଳାହାଣ୍ଡି ୩୦, କନ୍ଧମାଳ ୪୫, କେନ୍ଦ୍ରାପଡା୧୫, କେନ୍ଦୁଝର ୩୧, ଖୋର୍ଦ୍ଧା ୨୮୫, କୋରାପୁଟ ୪୬, ମାଲକାନଗିରି ୩୦, ମୟୁରଭଞ୍ଜ ୩୯, ନବରଙ୍ଗପୁର ୯, ନୟାଗଡ ୩୩, ନୂଆପଡା ୫, ପୁରୀ ୫୦, ରାୟଗଡା ୧୬୪, ସମ୍ବଲପୁର ୩୯, ସୋନପୁର ୬ ଓ ସୁନ୍ଦଗଡ଼ରୁ ୬୨ ଜଣ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୮ ହଜାର ୭୦୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୩ ହଜାର ୪୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦ ହଜାର ୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ହଜାର ୭୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ (୫୪,୪୪,୬୩,୭୦ପୁ, ୫୬ସ୍ତ୍ରୀ),ଭୁବନେଶ୍ବରରୁ ୨ ଜଣ(୬୨,୭୦ପୁ), ସୁନ୍ଦରଗଡ ଜିଲ୍ଲାରୁ ଜଣେ ୫୬ବର୍ଷୀୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ଗଜପତି ଜିଲ୍ଲାରୁ ଜଣେ ୪୯ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.