banner
Breaking

ଲକ୍ଷ୍ମୀ ନାରାୟଣ ଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ

1

ଭୁବନେଶ୍ୱର,: ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଓଏସ୍‌ଏପି ୭ମ ବାଟାଲିୟନ ପରିସରରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଶନରେଟ୍ ପୋଲିସ, ଓଏସଏପି ବାଟାଲିୟନ୍‌ର ହାବିଲ୍‌ଦାର ସିପାହୀ ସଂଘ ଓ ମନ୍ଦିର ପରିଚାଳନା କମିଟିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନୀ ସାହୁ, ଡିସିପି(ଆର୍ମ) ବିଜୟ ସାହୁ, ଯୁବନେତା ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ କାର୍ଯ୍ୟକ୍ରମରେ କଳସ ଯାତ୍ରା, ଅଙ୍କୁରରୋପଣ, ସୂର୍ଯ୍ୟପୂଜା, ରତ୍ନମୁଦ୍ରା, ମହାସ୍ନାନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ପୂର୍ଣ୍ଣାହୁତି ଓ ନଗର ପରିକ୍ରମା ଯଥାବିଧି ଓ ରୀତିନୀତି ଅନୁସାରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଏହି ଉତ୍ସବରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମକୁ ହାବିଲଦାର, ସିପାହୀ ସଂଘର ସଭାପତି ନିଲୁ ବଳ ଓ ସମସ୍ତ କର୍ମକର୍ତ୍ତା, ମନ୍ଦିର କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.