banner
Breaking

ଓଡ଼ିଶାରେ ଖୋଲିଲା କାଞ୍ଚନର ଶାଖା କାର୍ଯ୍ୟାଳୟ

0

ଭୁବନେଶ୍ୱର : ଦେଶର ପ୍ରମୁଖ ଗୃହୋପକରଣ ସଂସ୍ଥା ‘ କାଞ୍ଚନ ’ ତା’ର ସାମଗ୍ରୀର ପ୍ରଚାର ଓ ପ୍ରସାର ସାଙ୍ଗକୁ ଶାଖା ବିସ୍ତାର କାର୍ଯ୍ୟକ୍ରମ ଜାରି ରଖିଛି । ମଙ୍ଗଳବାର ସଂସ୍ଥାର ଓଡ଼ିଶା ଶାଖା ଭୁବନେଶ୍ୱର ପୁରୀ ବାଇପାସର ପାଣ୍ଡରା ଠାରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଓ ସି ଆଣ୍ଡ ଏଫ୍ ପଏଣ୍ଟର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଜିଏମ୍ ( ସେଲ୍ସ ) ରାଜେଶ ସେଠୀ , ଆର୍‌ଏମ୍ ( ଓ ) ଭାଗୀରଥ୍ ସାହୁ , ବିଏମ୍ ଭବାନୀ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ଅଗ୍ରଣୀ ରୋଷେଇ ଉପକରଣ ଉତ୍ପାଦନକାରୀ କମ୍ପାନୀ ଭାବରେ କାଞ୍ଚନର ନାମ ରହିଛି। ଘରେ ଘରେ କାଞ୍ଚନ ମିକ୍ସର ଗ୍ରାଇଣ୍ଡର ଦ୍ବାରା ପରିଚିତ ଏହି କମ୍ପାନୀ ବହୁ ସାମଗ୍ରୀ ବଜାରକୁ ଛାଡିଛି। ସେଥି ମଧ୍ୟରେ ମିକ୍ସର୍ ଗ୍ରାଇଣ୍ଡର୍ ସ୍ପେସାଲ୍,ଜୁସର ମିକ୍ସର୍ ଗ୍ରାଇଣ୍ଡର୍, ୱେଟ୍ ଗ୍ରାଇଣ୍ଡର୍, ଆଇରନ୍, ପ୍ରେସର କୁକର୍, ନନ୍ – ଷ୍ଟିକ୍ କୁକୱେର୍, ହାର୍ଡ ଆନାଡାଇଜଡ୍ କୁକୱେର୍, ଷ୍ଟେନଲେସ୍ ଷ୍ଟିଲ୍ ଟ୍ରିପଲ୍ କୁକୱେର୍, LP ଗ୍ୟାସ୍ ଷ୍ଟୋଭ୍,ରାଇସ୍ କୁକର୍ସ, ସିଲିଂ ଫ୍ୟାନ୍, ଇଣ୍ଡେକ୍ସନ୍ କୁକର୍ ରହିଛି। ଅଧିକ “ଗୁଣବତ୍ତା ଉତ୍କର୍ଷତା ଉତ୍ପାଦ ପାଇଁ ଆମେ ଭାରତର ଶହେ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛୁ। ୨୦୦୧ ରେ ଆମେ ସର୍ବାଧିକ ଭାରତର ସମସ୍ତ ହୋମମେକର୍ ମାନଙ୍କର ବ୍ରାଣ୍ଡ୍ ମାର୍ଲେକ୍ସ ହାସଲ କରିଥିଲୁ। ଏବେ ଓଡ଼ିଶାରେ ଆମର ଡିପୋ ଖୋଲିଛି। ଏହା ଛତିଶଗଡ଼ ଓ ଝାଡ଼ଖଣ୍ଡକୁ କଭର କରିବା ଶୀଘ୍ର ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଗ୍ରାହକଙ୍କୁ ବ୍ରଣ୍ଡେଡ୍ ସାମଗ୍ରୀ ସାଙ୍ଗକୁ ବିକ୍ରିପର ସେବା ଯୋଗାଇବା ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ସାହୁ ମତ କରିଥିଲେ । ୧୯୮୭ରେ କାଞ୍ଚନ କିଚେନ୍ ଏଡ୍ ପ୍ରା.ଲିର ଶୁଭାରମ୍ଭ ହୋଇଥିଲା। ଉକ୍ତ କମ୍ପାନୀର ମୁଖ୍ୟାଳୟ ମୁମ୍ବାଇ ଠାରେ ଅବସ୍ଥିତ ଏବଂ ଭାରତର ବିଭିନ୍ନ ସ୍ଥାନରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଦୀନେଶ ସି ଖିମାଭତଙ୍କ ନେତୃତ୍ୱରେ ଏହା ବଜାରରେ ନୂତନ ଟ୍ରେଣ୍ଡକୁ ଧ୍ୟାନରେ ରଖି କାରବାର କରୁଥିବା ବେଳେ କମ୍ପାନୀର ପ୍ରମୁଖ ସଦସ୍ୟ ମିଶାଲ ଡି ଖିମାଭତ ଏବଂ ସାଲୋନି ଡି ଖିମାଭତ ଦ୍ବାରା ଏହା ପରିଚାଳିତ ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.