banner
Breaking

ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର, ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଁଚାଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସମ୍ପାଦକ ତଥା ସମାଜସେବୀ ପ୍ରଶନ୍ନ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସମରେନ୍ଦ୍ର ସାହୁ ଯୋଗଦେଇ ସାରା ପୃଥରବୀର ଆରାଧ୍ୟ ଦେବତା, ଓଡିଶା ବାସୀଙ୍କ ହୃଦୟର ଠାକୁର ପ୍ରଭୂ ଜଗନ୍ନାଥ ଏବଂ ଅସହାୟ,ନିଃସହାୟ, ଦିନଦୁଃଖୀଙ୍କ ପାଇଁ ଜୟ ଜଗନ୍ନାଥ ପରିବାର କାମ କରୁଥିବାରୁ ପରିବାରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । ଶ୍ରୀଯୁକ୍ତ ଦାଶ ତାଙ୍କ ଅଭିଭାଷଣରେ କହିଥିଲେ କରୋନା ମହାମାରୀ ସମୟରେ ଏହି ପରିବାର ତିଆରି ହୋଇଛି । ଜଣେ ବରିଷ୍ଠ ନାଗରିକ କରୋନା ପିଡିତ ହୋଇ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଆହା ପଦେ କହିବାକୁ କେହି ଅସି ନଥିଲେ । ଆମ ପରିବାରର ସଦସ୍ୟ ମାନେ କରୋନାକୁ ଖାତିରି ନକରି ତାଙ୍କୁ ଡାକ୍ତର ଖାନାରେ ପହାଇବା ସହିତ ସେବା ଯୋଗାଇ ଦେଇଥିଲେ । ଏହି ଭଳି ଅନ୍ୟାନ୍ୟ ଅସୁବିଧାରେ ଲୋକଙ୍କ ପାଖରେ ପରିବାରର ସଦସ୍ୟ ମାନେ ପହି ସେବା ଯୋଗାଇ ଆସୁଛନ୍ତି । ଖାଲି ସେତିକି ନୁହେଁ ପରିବାର ପକ୍ଷରୁ ବୃକ୍ଷ ରୋପଣ, ଜଳସେବା, ରକ୍ତଦାନ ଭଳି ଜନହିତକର କାର୍ଯ୍ୟ ଜାରି ରହିଛି । ପୂଜା ପର୍ବାଣୀରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନିତ୍ୱ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାରଦା ପ୍ରସାଦ ମହାନ୍ତି, ଆଶିଷ ପରିଜା, ମାନସ କୁମାର ମହାନ୍ତି, ଅକ୍ଷୟ ନାୟକ, ଦୁଷ୍ମନ୍ତ ପାଣିଗ୍ରାହୀ, ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.