କନ୍ଧମାଳ,୧୮।୧୦(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍ପି ଡ.ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ,ସରପଞ୍ଚ ନିର୍ମାତା ପ୍ରଧାନ, ସମିତିସଭ୍ୟା ବିନୁରୀ ପ୍ରଧାନ, ବିଇଓ ବ୍ରହ୍ମାନନ୍ଦ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିିର୍ବାହୀ ଯନ୍ତ୍ରୀ ଏସ୍ ସୁବ୍ରମନ୍ୟମ,ସହକାରୀ ନିର୍ବାହୀଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଏମ୍ପି ଏବଂ ବିଧାୟକଙ୍କୁ ଅବଗତ କରାଯାଇଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
