କନ୍ଧମାଳ,୧୮।୧୦(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍ପି ଡ.ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ,ସରପଞ୍ଚ ନିର୍ମାତା ପ୍ରଧାନ, ସମିତିସଭ୍ୟା ବିନୁରୀ ପ୍ରଧାନ, ବିଇଓ ବ୍ରହ୍ମାନନ୍ଦ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିିର୍ବାହୀ ଯନ୍ତ୍ରୀ ଏସ୍ ସୁବ୍ରମନ୍ୟମ,ସହକାରୀ ନିର୍ବାହୀଯନ୍ତ୍ରୀ ମନ୍ମଥ ସୁବୁଦ୍ଧି, କନିଷ୍ଠଯନ୍ତ୍ରୀ ନିମୁରାମ ତୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଏମ୍ପି ଏବଂ ବିଧାୟକଙ୍କୁ ଅବଗତ କରାଯାଇଛି।
Breaking
ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକନେକ୍ସସ୍ ଏକ୍ସପ୍ଲାନେଡ୍ ମଲରେ ଖୋଲିଲା ‘ କେ ସେ କୁଲଚା’ ଆଉଟଲେଟ୍ଭାରତୀୟ ଗ୍ରାହକମାନଙ୍କ ନିମନ୍ତେ ସାମସଙ୍ଗ ଦ୍ୱାରା ୧୦ଟି ବୃହତ୍ ଏଆଇ କ୍ଷମତାଯୁକ୍ତ ବେସପୋକ ୱାସିଙ୍ଗ ମେସିନର ଶୁଭ ଉନ୍ମୋଚନନୀଳାଦ୍ରି ବିହାର ଦୁର୍ଗାପୂଜା ପାଇଁ ମାଟି ଅନୁକୂଳନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା