banner
Breaking

ୟୁସିଇ ଇ-ବାଇକର ଓଡିଶା ପ୍ରବେଶ।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ମହାରାଷ୍ଟ୍ରର ପ୍ରମୁଖ କମ୍ପାନି ଉଷା କମୁନିକେଶନ ଆଣ୍ଡ ଏଣ୍ଟରପ୍ରାଇଜ୍ ପକ୍ଷରୁ ଭୁବନେଶ୍ୱର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଏହାର ନୂତନ ଇ ବାଇକ୍ର ଓଡିଶା ପ୍ରବେଶ କରିଛି । ଏହି ଅବସରରେ ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଇକକୁ ଉଦଘାଟନ କରିଥିବା ବେଳେ କମ୍ପାନିର ମାର୍କେଟିଙ୍ଗ୍ ମ୍ୟାନେଜର ଅଶ୍ୱନୀ କୁମାର ଦାସ ଓ ବରିଷ୍ଠ ସେଲ୍ସ ମ୍ୟାନେଜର ମାନସ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଏହି ଇ ବାଇକ୍ କ୍ରୟ କରିବା ପାଇଁ ଇଛା ରଖୁଥିବା ବ୍ୟକ୍ତି ନିଜ ମନ ମୁତାବକ ଡିଜାଇନର ଇ ବାଇକ୍ ପାଇ ପାରିବେ । ଗ୍ରାହକଙ୍କ ଚାହିଦା ଦୃଷ୍ଟିରୁ କମ୍ପାନି ପକ୍ଷରୁ ଏହି ବାଇକ ସ୍ୱତନ୍ତ୍ରଭାବେ ନିର୍ମାଣ କରାଯାଇଛି । ଯାହା ବିନା ପେଟ୍ରୋଲ ଓ ଏୟାର ପଲୁସନ ଦ୍ବାରା ଚାଲିପାରିବ । ଏହି ଇ ବାଇକ୍କୁ ଥରେ ଚାର୍ଜ କଲେ ପାଖା ପାଖି ୧୨୦ କିଲୋମିଟର ପ୍ରର୍ଯ୍ୟନ୍ତ ଯାତ୍ରା କରିପାରିବେ । କମ୍ପାନି ସେଲ୍ସ ମ୍ୟାନେଜର ଶ୍ରୀ ଦାଶ କହିଛନ୍ତି ଇ ବାଇକ୍ ସହ ଇ ସ୍କୁଟର,ତିନି ଚକିଆ ଇ ରିକ୍ସା ମଧ୍ୟ କମ୍ପାନି ପକ୍ଷରୁ ନିର୍ମାଣ କରାଯାଇଛି । ଯାହାର ମୁଲ୍ୟ ୬୭୦୦୦ ଟଙ୍କାରୁ ଆରମ୍ଭ କରି ୯୭୦୦୦ ଟଙ୍କା ରଖାଯାଇଛି । ଓଡିଶା ପ୍ରବେଶ ଅବସରରେ ଓଡିଶା ଶାଖାର ସମସ୍ତ ଡିଲର ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.