banner
Breaking

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ନିବେଦନ

11

ଭୁବନେଶ୍ୱର,୪।୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ବା ପ୍ରତିରୋପଣର ଆବଶ୍ୟକତା ପଡିପାରେ। ଏହି ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଣ୍ଟୁ ନନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସିନେ ଆର୍ଟିଷ୍ଟ ଆସୋସିଏଶନ ଅନୁରୋଧ କରିଛି। ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ଗୁରୁତର ଅସୁସ୍ଥ ଥିବା ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ଏକ ପ୍ରକାର ସ୍ଥିର ହୋଇଛି। ଖୁବ୍‌ଶୀଘ୍ର ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନ୍ସେସ(ଆଇଏଲବିଏସ୍‌)ରେ ତାଙ୍କୁ ଭର୍ତ୍ତି କରାଯିବ। ଏ ନେଇ ଆଇଏଲ୍‌ବିଏସ୍‌ର ଡାକ୍ତର ଅଶୋକ ଚୌଧୁରୀଙ୍କ ସହିତ କଥାବାର୍ତ୍ତା କରାଯାଇଛି।
ସିରୋସିସ୍‌ରୁ୍‌ ଆରୋଗ୍ୟ ହେବା ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ। ଏହା ପୂର୍ବରୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଷ୍ଟେବ୍‌ଲ ରହିବା ଦରକାର। ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି। ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ। କେବଳ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ଟ୍ରାନ୍ସପ୍ଲାଣ୍ଟ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ରହିଛି। ସିନେ କଳାକାର ସଂଘର କୋଷାଧ୍ୟକ୍ଷ ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଓ ସମ୍ପାଦକ ଶ୍ରୀତମ ଦାସ ଇତିମଧ୍ୟରେ ପିଣ୍ଟୁଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପରିବାର ଲୋକେ ମଧ୍ୟ କ୍ରାଉଡ୍‌ ଫଣ୍ଡିଂ କରୁଛନ୍ତି। ଏହାସହିତ ପିଣ୍ଟୁଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀତମ ଦାସ। ପିଣ୍ଟୁଙ୍କ ପାଇଁ ସିନେ କଳାକାର ସଂଘ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି କୁନା ତ୍ରିପାଠୀ ମଧ୍ୟ କହିଛନ୍ତି।

Khansweb Solution Bhubaneswar
11 Comments
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.