banner
Breaking

ଅନୁଭବଙ୍କ ଫିଲ୍ମ ଲଭ ଇନ୍ ଲଣ୍ଡନ ରଜରେ ମୁକ୍ତିଲାଭ କରିବ

0

ଭୁବନେଶ୍ୱର: ଅନୁଭବଙ୍କ ଅଭିନୀତ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । ନବୀନ ଭଣ୍ଡାରି ଓ ଜେ. ବର୍ଖାଙ୍କ ଦ୍ୱାରା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ । ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ତାପସ ସରଘରିଆ । କାହାଣୀ ଓ ଚିତ୍ରନାଟ୍ୟ ସୁରେଶ ପଟ୍ଟନାୟକ ଲେଖିଥିବା ବେଳେ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ୱର ସଜାଇଛନ୍ତି ବୈଦ୍ୟନାଥ ଦାଶ ଓ ସୋମେସ୍ ଶତପଥି । ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ, ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି ଅନୁଭବ । ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇ ସାରିଛି । ଦୀର୍ଘ ବର୍ଷ ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି ଅନୁଭବ । ତେଣୁ ‘ଲଭ ଇନ୍ ଲଣ୍ଡନ’ ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.