ରିଲିଜ ହେଲା ଦୃଶ୍ୟମ୍-୨
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ-୨’ ଶୁକ୍ରବାର ରିଲିଜ୍ ହୋଇଛି। ସକାଳୁ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଦର୍ଶକଙ୍କ ଏଭଳି ଉତ୍ସାହ ଦେଖି କୁହାଯାଉଛି କି ଆଗକୁ ଫିଲ୍ମଟି ଭଲ ଆୟ କରିବ। ରିଲିଜ୍ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ୍ ବୁକିଂରେ କୋଟି କୋଟି ଆୟ କରିଥିଲା।
ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ନଜର ଆସିବେ। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଦୃଶ୍ୟମର ପାର୍ଟ ୧ ଦେଖିବା ପରେ ପାର୍ଟ ୨କୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରି ରହିଥିଲେ।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.